Home Breaking News / ତାଜା ଖବର ଶାସ୍ତ୍ରୀ କହିଲେ ଭାରତୀୟ ଦଳର ଟି ୨୦ ବିଶ୍ୱକପ ପରାଜୟର ଗୁମର, କହିଲେ ଖେଳାଳିମାନେ ..

ଶାସ୍ତ୍ରୀ କହିଲେ ଭାରତୀୟ ଦଳର ଟି ୨୦ ବିଶ୍ୱକପ ପରାଜୟର ଗୁମର, କହିଲେ ଖେଳାଳିମାନେ ..

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟି ୨୦ ବିଶ୍ୱକପରୁ ଭାରତ ବିନା ଟ୍ରଫିରେ ଯାତ୍ରା ଶେଷ କରିବା ସହିତ ଭାରତୀୟ ଦଳ ସହିତ ମୁଖ୍ୟ କୋଚ ହିସାବରେ ଚୁକ୍ତି ଶେଷ ହୋଇଛି । ଭାରତ ଏହି ଟି ୨୦ ବିଶ୍ୱକପର ଟାଇଟଲ ଦାବିଦାର ବୋଲି କୁହାଯାଉଥିଲା । ହେଲେ ଦଳ ପ୍ରଥମରୁ ଦୁଇଟି ମ୍ୟାଚ ହାରିବା ପରେ ଗ୍ରୁପ୍ ଅଫ ଡେଥକୁ ଚାଲିଯାଇଥିଲା । ଏହାକୁ ନେଇ ଟି ୨୦ ବିଶ୍ୱକପ ଶେଷ ଭାଗରେ ଖୋଲାଖୋଲି ଚର୍ଚା କରିଛନ୍ତି ରବି ଶାସ୍ତ୍ରୀ ।
ଭାରତୀୟ ଦଳର ପ୍ରଥମରୁ ଅତ୍ୟନ୍ତ ନୈରାଶ୍ୟ ଓ ଦୁର୍ବଳ ପ୍ରଦର୍ଶନକୁ ନେଇ ଶାସ୍ତ୍ରୀ କହିଛନ୍ତି , ସବୁଠାରୁ ବଡ କଥା ହେଉଛି ଖେଳାଳିଙ୍କୁ ବିଶ୍ରାମର ଆବଶ୍ୟକତା । ମୁଁ ମାନସିକ ସ୍ତରରେ ପୁରା ଥକି ସାରିଛି । କିନ୍ତୁ ମୋ ବୟସରେ ଏପରି ହୋଇଥାଏ । କିନ୍ତୁ ଖେଳାଳିମାନେ ମଧ୍ୟ ମାନସିକ ରୂପରେ ଥକି ସାରିଛନ୍ତି । ଗତ ୬ ମାସ ଧରି ଭାରତୀୟ ଦଳର ଖେଳାଳି ବାୟୋ ବବଲରେ ଘୁରି ବୁଲିଛନ୍ତି । ଯଦି ଆଇପିଏଲ ଏବଂ ଟି ୨୦ ବିଶ୍ୱକପ୍ ମଧ୍ୟରେ କିଛି ଦିନର ଆଉ ବ୍ୟବଧାନ ରହିଥାନ୍ତା ତେବେ ଭଲ ହୋଇପାରିଥାନ୍ତା । ଏହା ସହିତ ଶାସ୍ତ୍ରୀ କହିଛନ୍ତି – ଯେତେବେଳେ କଥା ବଡ ମ୍ୟାଚର ଆସିବ, ଆପଣଙ୍କ ଉପରେ ଚାପ ଆସିଥାଏ । ଏହି ସମୟରେ ଖେଳାଳି ଆଗକୁ ବଢି ପାରିନଥାଏ । ଏହା କୌଣସି ବାହାନା ନୁହଁ , କାରଣ ଆମକୁ ପରାଜୟ ନେଇ ଭୟ ନାହିଁ । ଯଦି ଆପଣ ଜିତିବାକୁ ଖେଳୁଛନ୍ତି , ତେବେ ପରାଜୟ ଦେଖିବାକୁ ପଡିବ । ହେଲେ ଏଠାରେ ଆମର ଏକ୍ସ ଫ୍ୟାକ୍ଟର ହିଁ ଆମ ସାଥୀରେ ନଥିଲା ।
ଏଠାରେ କୁହାଯାଇପାରେ ଟି ୨୦ ବିଶ୍ୱକପରେ ଭାରତ ପାକିସ୍ତାନ, ନ୍ୟୁଜିଲାଣ୍ଡ ବିରୋଧରେ ଯେପରି ଲଜ୍ଜାଜନକ ପରାଜୟ ହାସଲ କଲା, ତାହା ଆମକୁ ଟି ୨୦ ବିଶ୍ୱକପରୁ ଆରମ୍ଭରୁ ବାହାର କରିଦେଇଥିଲା । ଯାହାକୁ ନେଇ କ୍ୟାପଟେନ କୋହଲିଙ୍କ ଠାରୁ ଆରମ୍ଭ କରି ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କୁ ମଧ୍ୟ ସମାଲୋଚନାର ସାମ୍ନା କରିବାକୁ ପଡିଥିଲା ।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ସରିବା ପରେ ପରେ ଭାରତୀୟ ଦଳ ଦୁବାଇ ଆଇପିଏଲ ଖେଳିବାକୁ ଆସିଥିଲା । ଆଇପିଏଲ ଶେଷ ହେବା ପରେ ପରେ ଦୁବାଇରେ ହିଁ ଟି ୨୦ ବିଶ୍ୱକପରେ ସାମିଲ ହୋଇଥିଲା । ତେଣୁ ଭାରତୀୟ ଖେଳାଳି ଯଥେଷ୍ଟ ବିଶ୍ରାମ ଅଭାବରୁ ଥକାପଣର ଶିକାର ହୋଇଗଲେ, ଖରାପ ପ୍ରଦର୍ଶନରୁ ଦଳ ବିଶ୍ୱକପରୁ ନିରାଶାର ସହ ବିନା ଟ୍ରଫିରେ ଫେରିଲା ।

related posts

Leave a Comment