Home Breaking News / ତାଜା ଖବର ଚାଟିକଣା ପଞ୍ଚାୟତର ମାର୍ଥାଗୁଡା ଅଞ୍ଚଳରେ ସରକାରୀ ଯୋଜନା ସାତ ସପନ ନିଦା ବିଷ୍ଣୁ ପାଲଟିଛି ପ୍ରଶାସନ

ଚାଟିକଣା ପଞ୍ଚାୟତର ମାର୍ଥାଗୁଡା ଅଞ୍ଚଳରେ ସରକାରୀ ଯୋଜନା ସାତ ସପନ ନିଦା ବିଷ୍ଣୁ ପାଲଟିଛି ପ୍ରଶାସନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ -୦୮/୧୧(ଧନେଶ୍ବର ରାଉତ) -ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାଵେ ପରିଚିତ ଥୁବା ଵେଳେ ଅନେକ ଗାଁ ଗହଳିରେ ସରକାରୀ ସହାୟତା ପହଞ୍ଚି ପାରିନଥିବା ଦେଖିବା ମିଳିଛି। ସରକାର ନିଦା ବିଷ୍ଣୁ ପଲଟିଥିବା ବେଳେ ସାଧାରଣ ଜନତା ହନ୍ତ ସନ୍ତ ହେଉଛନ୍ତି । ଆମେ ଏଭଳି ଏକ ପଞ୍ଚାୟତ ର କଥା କହୁଛୁ ଯାହା ଵିଷମ ବ୍ଲକ ଅନ୍ତର୍ଗତ ଚାଟିକଣା ,ଏହି ପଞ୍ଚାୟତ ଅନେକ ଗାଁ ,ମାର୍ଥା ଗୁଡା ମଟକ ଵାଡି ଅଞ୍ଚଳ ରେ ସରକାରୀ ସହାୟତା ପାଇନଥିବା ନଜର କୁ ଆସିଛି । ପଞ୍ଚାୟତ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ବହୁବାର ଆବେଦନ କରିଥିଲେ ମଧ୍ୟ ସହଯୋଗ କରିବା ତ ଦୂରର କଥା ସେମାନଙ୍କୁ ଭୁଆଁ ଵୁଲେଇ ଫେରିବା ପାଇଁ ବାଧ୍ୟ କରିଥିବା କଥା ଅଞ୍ଚଳରେ ବାସି ପ୍ରକାଶ କରିଛନ୍ତି। ଏହି ସଂକ୍ରାନ୍ତ ରେ ଅଜି ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ପୁନଶ୍ଚ ଆଵେଦନ ପାଇଁ ମାର୍ଥାଗୁଡା ର କିଛି ବିଧବା, ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ବ୍ୟକ୍ତି ଆସି ସାକ୍ଷାତ କରି ଥିଲେ ହେଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସେମାନଙ୍କୁ ଅନ ଲାଇନ ଆବେଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ।ହେଲେ ସାଧାରଣ ଲୋକଙ୍କ ଅସୋନ୍ତଷ ଦେଖିବାକୁ ମିଳିଥିଲା । ସେମାନେ ପ୍ରତିକ୍ରିୟା ରେ କହିଛନ୍ତି କି ସାଧାରଣ ତଃ ଆଦିବାସୀ ନିଜେ ଚଳିବା କଷ୍ଟ ହେଉଥିବା ବେଳେ ଅନ ଲାଇନ ରେ ଅନେକ ଖର୍ଚ୍ଚ କରିସାରିଛନ୍ତି । ଅନେକ ଯାଗାରେ ଠକାମୀ ର ଶିକାର ମଧ୍ୟ ହୋଇଛନ୍ତି। ତେଣୁ ପ୍ରଶାସନ ତରଫରୁ ଉକ୍ତ ଗ୍ରାମ ଗୁଡିକୁ ସ୍ବତନ୍ତ୍ର ଅଫିସର ପଠେଇ ସରକାରୀ ସହାୟତା ପାଇଁ ଉପଯୁକ୍ତ ଚୟନ ହେଲେ ସୁବିଧା ପାଇ ପାରିଥାନ୍ତେ। ଦେଖିବାକୁ ବାକି ରହିଲା ପ୍ରସାଶନିକ କେତେ ଗୁରୁତ୍ଵ ଦେଉଛନ୍ତି ଓ ଅଞ୍ଚଳ ରେ କେବେ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି।

related posts

Leave a Comment