Home Breaking News / ତାଜା ଖବର ରାୟଗଡା ନଗର ପୌରପାଳିକାର ଛୋଟ ବ୍ୟବସାୟୀଙ୍କ ଠାରୁ ବେଆଇନ ଆଦାୟ ବନ୍ଦ ହେଉ: ନଗର ଭାଜପା

ରାୟଗଡା ନଗର ପୌରପାଳିକାର ଛୋଟ ବ୍ୟବସାୟୀଙ୍କ ଠାରୁ ବେଆଇନ ଆଦାୟ ବନ୍ଦ ହେଉ: ନଗର ଭାଜପା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ;୦୮/୧୧-(ଧନେଶ୍ବର ରାଉତ): ରାୟଗଡା ସହରକୁ ଅନେକ ଗରିବ ଖଟିଖିଆ ତଥା ଦୂର ଦୂରରୁ ଛୋଟ ଚାଷୀ ଆଦିବାସୀ ମୁଖ୍ୟତଃ ମହିଳା ମାନେ ସକାଳ 4ଟା ଆଗରୁ ଉଠି ପରିବା ଧରି ନିଜ କୁନି କୁନି ପିଲାଙ୍କୁ ଧରି ଚାଲି ଚାଲି ଆସି ପରିବା ବିକିବାକୁ ଆସୁଛନ୍ତି । ଶୁଣିବାକୁ ମିଳୁଛି ତାଙ୍କଠାରୁ ଦୈନିକ 5 ଟଙ୍କା ଲେଖାଏଁ ବେଆଇନ ଆଦାୟ ହଉଛି ରାୟଗଡା ମୁନିସିପାଲିଟି ଦ୍ୱାରା.ଏହା କଲେକ୍ସନ କରିବା ଆଗରୁ କିଛି ପ୍ରଶ୍ନ କରିଛି ନଗର ଭାଜପା।
1.ମୁନିସିପାଲିଟି କେବେ ଘୋଷଣା କଲା ଜେ ଏପରି ଆଦାୟ କରିବା ପାଇଁ ତାର ସ୍ୱସ୍ତିକାରଣ ଜରିବାକୁ ଦାବୀ ହେଉଛି।

  1. ଆଜି ଯାଏଁ ଯେତିକି କଲେକ୍ସନ କରିଛନ୍ତି ତାହାର ହିସାବ ଅଛି କି ଯଦି ଅଛି ସାର୍ବ ଜଣିନ କରାଯାଉ।
    3.ବିନା ରିସିପ୍ଟ ନମ୍ବର କଲେକ୍ସନ କିପରି ହଉଛି ତାହା ନ୍ୟାୟ ସଂଗତ ନୁହେଁ।
    4.ଏହି କଲେକ୍ସନ କରିବା ଦାଇତ୍ୱ କିଏ ନେଇଛି କେଉଁ ପାଣ୍ଠିରେ ବୀନିଯୋଗ ହେଉଛି।
    5.ସ୍ଥାୟୀ ପରିବା ବଜାର ନକରି ଏପରି ପ୍ରଶାସନିକ ଗୁଣ୍ଡାଗର୍ଦୀ କରିବାକୁ ଅଧିକାର କିଏ ଦେଲା । ଏହାର ଜବାବ ଆଗକୁ ଭାଜପା ମାଗିବ. ମୁନିସିପାଲିଟି ବିଭାଗ ଉତ୍ତର ରଖିବାକୁ ପ୍ରସ୍ତୁତ ରୁହନ୍ତୁ । ଯଦି ଉତ୍ତର ସାମ୍ବିଧାନିକ ଅଛି ତାହାଲେ ଠିକ ଅଛି କିନ୍ତୁ ଯଦି ନାଁ ତାହାଲେ ଏପରି କଲେକ୍ସନ କଲେ ଯଦି ଆଇନ ବିଶୃଙ୍କଳା ହୁଏ ତାହାଲେ ଉତ୍ତର ଦାୟୀ ରାୟଗଡା ମୁନିସିପାଲିଟି ବିଭାଗ ହେବ ବୋଲି ଚେତାବନୀ ଦେଇଛି ନଗର ଭାଜପା।

related posts

Leave a Comment