Home Breaking News / ତାଜା ଖବର ମମିତା ହତ୍ୟାକାଣ୍ଡ, ମନ୍ତ୍ରୀଙ୍କ ଗିରଫ ଦାବୀ କରି ବିଜେପି ପକ୍ଷରୁ ବିକ୍ଷୋଭ

ମମିତା ହତ୍ୟାକାଣ୍ଡ, ମନ୍ତ୍ରୀଙ୍କ ଗିରଫ ଦାବୀ କରି ବିଜେପି ପକ୍ଷରୁ ବିକ୍ଷୋଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ 8/11(ସୁନୀଲପଟନାୟକ): ମମିତା ମେହେର ହତ୍ୟାକାଣ୍ଡ ଏବଂ ମହାଲିଙ୍ଗ କଲେଜରେ ଯୌନ କେଳେଙ୍କାରୀ ପରିପ୍ରେକ୍ଷୀରେ ମନ୍ତ୍ରୀ ଙ୍କ ସମ୍ପୃକ୍ତିର ଉପଯୁକ୍ତ ତଦନ୍ତ ଓ ବହିସ୍କାର ଦାବୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସୋମବାର ଫୁଲବାଣୀ ସମେତ ସମଗ୍ର ଜ଼ିଲ୍ଲାର ସମସ୍ତ ବ୍ଲକ ସଦରମହକୁମା ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଅସମ୍ଭବ ନିରବତା ସମଗ୍ର ଓଡ଼ିଶା ବାସୀଙ୍କୁ ସ୍ତବ୍ଧ କରିଛି ।
ପୁଣି ଏହି ସମୟରେ ନିଜର କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମର ଦାୟିତ୍ଵ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଦେଇ, ଓଡ଼ିଶାବାସୀଙ୍କ ଅଭିଯୋଗକୁ ଘଣ୍ଟ ଘୋଡାଇବାକୁ ପ୍ରୟାସ କରିବା କଟା ଘା’ରେ ଚୁନ ଦେଵା ସଦୃଶ ବୋଲି ବି ଜେ ପି ନେତା ଦେବ ନାରାୟଣ ପ୍ରଧାନ ଜ଼ିଲ୍ଲା ବି ଜେପି ଉପ ସଭାପତି ରମେଶ ମହାନ୍ତି,ଭ ଗବାନମହାନ୍ତି ପ୍ରମୁଖ କହିଛନ୍ତି l
ଏଣୁ ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶର ନିଷ୍ପତ୍ତି ଅନୁଯାୟୀସୋମବାର ଓଡ଼ିଶାର ସମସ୍ତ ବ୍ଲକ୍ ଅଫିସ ସାମନାରେ ବିକ୍ଷୋଭ କରିଵା ସହିତ ମୁଖ୍ୟମନ୍ତ୍ରୀ ଓ ଦୁଇ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇ ଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବହୁ ବିଜେପି ନେତା. ମହିଳା ନେତ୍ରୀ ପ୍ରମୁଖ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ

related posts

Leave a Comment