Home Breaking News / ତାଜା ଖବର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୮ /୧୧ (ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଚୋରା ଗ6ଞ୍ଜଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ଏବେ ଅଣ୍ଟାଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ।
ସୋମବାର କନ୍ଧମାଳ ଜିଲ୍ଲା ସଦର ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀ ମାନେ ମିଶି ଜାମୁଝରୀପଂଚାୟତ ର ଗ୍ରାମ ଆଖ ପାଖ ଇରପସାରୁ ଗବର ନାଳ ମରସୁକୁଦା ଗ୍ରାମ ଜଙ୍ଗଲ ନିକଟରେ ବେଆଇନ ଭାବେ ଲଗାଯାଇଥିବା ୧୩୫ ଏକର ଗଞ୍ଜେଇ ଗଛ ନଷ୍ଟ କରିଥିବା ଏସିଡି ପିଓ ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି । ଏ ସବୁ ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ମୂଲ୍ୟପ୍ରାୟ ୧୫ କୋଟି ଟଙ୍କା ହେବ ବୋଲି ଏସଡିପିଓ ମୁର୍ମୁ କହିଛନ୍ତି ।
ଏଥିରେ ଫୁଲବାଣୀ ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାରବେହେରା ,ସଦର ଏସଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁ, ମାଜିଷ୍ରେଟଙ୍କ ସମେତ ବହୁ ପୋଲି ସ ଓ ଅବକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଏସଡିପିଓ ମୁର୍ମୁ କହିଛନ୍ତି ।ବେଆଇନ ଗଂଜେଇ ଚାଷ ନଷ୍ଟ କରିବା ଲାଗି ପୋଲିସ ଓ ଅବକାରୀ ବିଭାଗ ଉଦ୍ୟମ ଜାରି ରଖିଥିବା କହିଛନ୍ତି l

related posts

Leave a Comment