Home Breaking News / ତାଜା ଖବର ଆବାସ ଯୋଜନାରେ ଲୋକଙ୍କୁ ପ୍ରତାରଣା ଘର ନଥାଇ ଫଳକ ମାରିବା ଶତାଧିକ ଘର ଟଙ୍କା ହଡପ ତଦନ୍ତ ଦାବିକଲେ: ହିତାଧିକାରୀ

ଆବାସ ଯୋଜନାରେ ଲୋକଙ୍କୁ ପ୍ରତାରଣା ଘର ନଥାଇ ଫଳକ ମାରିବା ଶତାଧିକ ଘର ଟଙ୍କା ହଡପ ତଦନ୍ତ ଦାବିକଲେ: ହିତାଧିକାରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ ୦୯/୧୧–(ଧନେଶ୍ବର ରାଉତ)-ହିତାଧିକାରୀଙ୍କୁ ସଠିକ ଭାବରେ ଆବାସ ଗୃହ ମିଳୁନଥିବା ଅଭିଯୋଗ ହୋଇ ଆସୁଛି। କେହି ଆବାସ ଗୃହ ଯୋଗାଇବା ପାଇଁ ଲାଞ୍ଚ ମଗୁଛି ତ କେହି କେହି ନା ଲିଷ୍ଟ ରେ ଚଢାଇବା ପାଇଁ ଲୋକଙ୍କଠୁ ହାତ ଗୁଂଜା ନେଉଥିବା ଅଭିଯୋଗ ହୋଇ ଆସୁଛି। କିନ୍ତୁ ଏକ ବିଚିତ୍ର ଘଟଣା ଏକ ଘଟିଯାଇଛି ଘର ନ ପାଇ ଫଳକ ମାରିବା କଥା ସମସ୍ତଙ୍କୁ ଚକିତ କରି ଦେଇଛି। ଘର ନାହିଁ କିନ୍ତୁ ଫଳକ ଲାଗିଛି ଏଭଳି ପ୍ରତାରଣା କରାଇଛନ୍ତି ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଗ୍ରାମ ରୋଜଗାର ସେବକ , ଯନ୍ତ୍ରୀ ଓ ସରପଞ୍ଚ ସମସ୍ତେ ମିଳିମିଶି ଭାଗ ବଣ୍ଟା କରି ନିରୀହ ଆଦିବାସୀଙ୍କୁ। ଏପରିକି କେବେ ଘର ମିଳିଛି ହିତାଧିକାରୀଙ୍କୁ ଜଣା ନାହିଁ କିନ୍ତୁ ତାଙ୍କ ଘର ମାନନକରେ ଫଳକ ଲଗାଇବା ପାଇଁ ଗଲାବେଳେ ଆଶ୍ଚର୍ଯ୍ୟ ଭାବେ ଅନାଇ ଥିଲେ ଓ ଏହା କଣ ହେଉଛି ଜାଣି ପାରିନଥିଲେ। ଏଭଳି ଏକ ମସ୍ତବଡ ଠକେଇର ଶିକାର ହେଇଛନ୍ତି ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ସୁନଖଣ୍ଡି ଗ୍ରାମପଞ୍ଚାୟତ ଅଧିନସ୍ଥ ଖଜୁରୀଗୁଡା, ଉପର ମୁସୁଡି, ତଳ ମୁସୁଡି, ଦିବଲ ପଡୁ, ବାମନ ଗୁଡା, ରାଇଲିମା, ସରଟି ଓ ବାରିହା ପଡା ଗ୍ରାମ ମାନଙ୍କରେ । ଖଜୁରୀ ଗୁଡା ଗ୍ରାମର ଅପୁଡୁ ହୁଈକା, ବମାନା ପେରିଶିକା, ବାଲାଜି କୁଲୁସିକା ଦୁମ୍ବେ କୁଲୁସିକା, ପ୍ରମୁଖ ଅଭିଯୋଗ କରିଛନ୍ତି କି ଆମେ କିଛି ଜାଣି ନାହୁଁ କିନ୍ତୁ ଯେବେ ପିଅନ ଓ ଅନ୍ୟ କର୍ମଚାରୀ ଆସି ଘର ପାଇଲା ଭଳି ଫଳକ ଲଗାଇବା ବେଳେ ଆମେ ଜାଣିଲୁ କଣ ପାଇଁ ଏ ଫଳକ ଲଗାଉଛନ୍ତି ବୋଲି ପଚାରିବାରୁ ଆମେ ଜାଣିନୁ ଜେଇ ଓ ସରପଞ୍ଚ ଲଗାଇବା ପାଇଁ କଗିବାରୁ ଲଗାଉଛୁ ବୋଲି କହିଥିଲେ। କିଛି ଲୋକ ଏହାର ବିରୋଧ କରିବାରୁ ଆଜି ପାଇଁ ଥାଉ କାଲିକିବାହାର କରି ରଖିଦିଅ ବୋଲି କହିଛନ୍ତି ବୋଲି ନରେନ୍ଦ୍ର ହୁଈକା କହିଛନ୍ତି। କିଛି କାର୍ଯ୍ୟ ନିର୍ଦେଶ ପତ୍ର ପାଇଛନ୍ତି, କେତେକ ପ୍ରଥମ ଟଙ୍କା ଉଠାଇ ଛନ୍ତି ବାଳକ ବିଲ ନପାଇ ବସିଛନ୍ତି।ଆଉ କେତେକ ନା ଘର ଅଛି କିନ୍ତୁ ବିଲ ହେଇ ଟଙ୍କା ଶେଷ କିନ୍ତୁ ହିତାଧିକାରୀ ଏହାର ଟେର ପାଇନାହାନ୍ତି। ଏକ ଆଶ୍ଚର୍ଯ୍ୟର ବିଷୟ ଏହିକିଯେ ଜଣେ ହିତାଧିକାରୀଙ୍କ ଟଙ୍କା କିପରି ତାଙ୍କ ଅଜାଣତରେ ଉଠାଇବାରେ ଏହି ଦଲାଲ ମାନେ ସକ୍ଷମ ହେଉଛନ୍ତି ତାହା ତଦନ୍ତ ସାପେକ୍ଷ ଅଟେ। ବାଲାଜି, ସାଇବୁ ହୁଈକା, ସାଗର ନିସିକା, ଡମ୍ବୁରୁ ନିସିକା ପ୍ରମୁଖ ଅଭିଯୋଗ କରିଛନ୍ତି କି ସେତେବେଳେର ଗ୍ରାମ ରୋଜଗାର ସେବକ ବିଦୁର ବାଘ ଗାଁ ଗାଁ ବୁଲି ଲୋକଙ୍କ ଠାରୁ ୫/୬ ହଜାର ଲେଖାଏଁ ଦେଲେ ଘର ଦିଆହେବ ବୋଲି ସଂଗ୍ରହ କରିଥିଲେ ଓ କାଗଜପତ୍ର ସଂଗ୍ରହ କରି ନେଇଥିଲେ। ଲୋକଙ୍କଠୁ ଟଙ୍କା ନେଇ ଅନ୍ୟ ପଞ୍ଚାୟତ ବଦଳି ହେଇ ଯାଇ ଲୋକଙ୍କ ଅର୍ଥ ଚଞ୍ଚକତା ହଡପ କରି ଧାରା ଛୁଆଁ ଦେଉନଥିବା ଲୋକମାନେ ଅଭିଯୋଗ କରିଛନ୍ତି। ସେ ଆଗରୁ ଜଣେ ଗରିବ ଥିଲା ଆମ ଟଙ୍କା ନେଇ ଓ ଲୋକଙ୍କ ବିଲ ଟଙ୍କା ଖାଇ ଟ୍ରାକ୍ଟର, ଟ୍ରକ, ଜେସିବି ମେସିନ, ରାୟଗଡରେ ତିନି ମହଲା ଘର କିପରି ଆସିଲା ବୋଲି ଗ୍ରାମବାସୀ ମାନେ ଅଭଯୋଗ କରିଛନ୍ତି। ସେହିଭଳି ଅନ୍ୟ ଅଭିଯୋଗ ହେଉଛି ଯେ ଖଜୁରୀଗୁଡା ଗ୍ରାମର ଲୋକମାନଙ୍କ ଆବଶ୍ୟକ ନ ଥିବା ଜାଗାରେ କେନାଲ ପାଇଁ ଡ୍ରେନ ୱାଲ କରିଛନ୍ତି ଯାହାକି ଗାଁ ଲୋକଙ୍କର କୌଣସି କାମରେ ଆସିବେନି ସେହି ବୋଲି ଅଗ୍ରୀଣ ଚାଷୀ ହରିଶ୍ଚନ୍ଦ୍ର ହୁଈକା, ଭରତ ହୁଈକା ପ୍ରମୁଖ କଗିଛନ୍ତି। ସେହି କେନାଲ ୱାଲ ଗ୍ରାମର ଉପର ମୁଣ୍ଡର ପୋଖରୀ ପାଖରୁ ଗ୍ରାମର ଚାଷ ଜମିକୁ ଆସୁଥିବା ଜଳ ଯୋଗାଣ ପାଇଁ ସୁବିଧା ଜଳ ଅଯଥା ବହି ଯାଉଛି ବୋଲି କହିଛନ୍ତି। କଣ୍ଟ୍ରାକ୍ଟରକୁ ଲାଭ ପହଞ୍ଚାଇବା ପାଇଁ ଏହି ସବୁ କାମ ହେଉଛି ବୋଲି କଗିଛନ୍ତି। ଏପରିକି ଏହା ଏମ ଜି ଏନ ଆର ଜି ଏ କାମ ବୋଲି ଜଣା ପଡୁଥିବା ବେଳେ ଗ୍ରାମର କାହାକୁ କାମ ଦିଆଯାଇନି କାଶୀପୁର ଲେବର ମାନଙ୍କ ଦ୍ୱାରା କାମ କରାଯାଇଛି ବୋଲି କହିଛନ୍ତି। ଗଂଗାୟ କଡ୍ରକା, ରାମ କଡ୍ରକା, ହରୀରମ କୁଲୁସିକା କହିଛନ୍ତି କି ଏହି ପଞ୍ଚାୟତରେ ତଦନ୍ତ କଲେ ଅନେକ ଦୁର୍ନୀତି ସମ୍ପର୍କରେ ବାହାରକୁ ଆସିବ ଏଠାରେ ଶାସକ ଦଳର ନେତାଙ୍କ ବାହୁ ବଳେ ଅନେକ ଦୁର୍ନୀତି ଚାଲିଛି। ଏନେଇ ଜି ଆର ଏସ ବାଘ ଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲା ତାହା ସମ୍ଭବ ହେଇ ପାରିନଥିଲା। କନିଷ୍ଠ ଯନ୍ତ୍ରୀ ଆର କେ ମହାପାତ୍ର ଙ୍କୁ ପଚାରିବାରୁ ସେ କିଛି ଜାଣି ନଥିବା କହିଛନ୍ତି ସେ ନୂଆରେ ଆସିଛନ୍ତି ତେଣୁ ତାଙ୍କ ଆଗରୁ ହେଇଥିବ ତଦନ୍ତ କଲେ ଜଣା ପଡିବ ବୋଲି କଗିଛନ୍ତି। ପିଇଓ ପିକେ ପାଣିଗ୍ରାହୀ ଙ୍କୁ ପଚାରିବାରୁ ସେ କହିଛନ୍ତି କି ଏଭଳି କେମିତି ହେଲା ଯଦି ବୋର୍ଡ ମରାଯାଇଛି ତାହେଲେ ଅନ ଲାଇନରେ ବହାରିଥିବ ଲିଷ୍ଟ ତେଣୁ ତାହା ତଦନ୍ତ କଲେ ଜଣା ପଡିବ ବୋଲି ଜଣା ପଡ଼ିଛି। ସେହିଭଳି ସୁନଖଣ୍ଡି ପଞ୍ଚାୟତର ସରପଞ୍ଚ ଅଞ୍ଜନୀ ନିସିକା ଙ୍କୁ ପଚାରିବାରୁ2ମୋ ପିରିୟଡ଼ରେ ସେମିତି କିଛି ହେଇନି ଯେତେ ବେଳେ ଅନ ଲାଇନରେ ଲିଷ୍ଟ ବାହାରିଲା ତାଙ୍କ ଫାହରକୁ ଯାଇ ଫଳକ ମରଗଲା ତାହା ଜଣା ପଡିଲା ଲୋକମାନେ ଆମକୁ ଘୋର ବିରୋଧ କଲେ ବୋଲି ସ୍ୱୀକାର କରିଛନ୍ତିକି ଏଥିରେ ଦୁର୍ନୀତି ହେଇଛି ବୋଲି। ଏନେଇ ବିଡ଼ିଓ ସୁଧାକର ରଇତଙ୍କୁ ପଚାରିବାରୁ ସେ ବିଷୟରେ ମୋତେ କିଛି ଅଭିଯୋଗ ଆସିନୀ ଯଦି ଆସେ ତାହେଲେ ତଦନ୍ତ କରାଯିବ ବୋଲି କହିବା ସହ ଅନ ଲାଇନରେ ଯଦି ଲିଷ୍ଟ ବାହାରୁଛି ତାହେଲେ ଘର ଆସିଥିବା କଥା କାହିଁକି ଏଭଳି ହେଲା ତଦନ୍ତ କଲେ ଜଣା ପଡିବ ବୋଲି ମନ୍ତବ୍ୟ ଦେଇଛନ୍ତି। ଏଭଳି ଦୁର୍ନୀତିକୁ ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କ ପ୍ରାପ୍ୟ ପାଇବା ପାଇଁ ଚେଷ୍ଟା କରା ନଗଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଧମକ ଦେଇଛନ୍ତି। ଏଥିରୁ ଯାହା ଜଣା ପଡୁଛି କି ସମସ୍ତଙ୍କ ସଲା ସୁତୁରାରେ ଏଭଳି ଦୁର୍ନୀତି ସମ୍ଭବ ତେଣୁ ବ୍ଲକ ଅଧିକାରୀ ଙ୍କୁ ତଦନ୍ତ ଭାର ନ ଦେଇ ଜିଲ୍ଲାସ୍ତରୀୟ ଅଫିସର ଓ ସର୍ବଦଳୀୟ ନେତାଙ୍କୁ ନେଇ ଏଜ ନିରପେକ୍ଷ ତଦନ୍ତ ଆବଶ୍ୟକ ପଡୁଛି ବୋଲି କଂଗ୍ରେଶନେତା ପ୍ରଦେଶ କମିଟି ସଦସ୍ୟ ରମେଶ ତ୍ରିପାଠୀ ,ବ୍ଲକ ସଭାପତି ସୁରୟା ରାଓ କହିଛନ୍ତି ଯଦି ଏହି ବିଷୟରେ ପ୍ରଶାସନ ଅବହେଳା କରେ ତାହେଲେ ରାଜ ରାସ୍ତାକୁ1ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।

related posts

Leave a Comment