Home Breaking News / ତାଜା ଖବର ରାଜ୍ୟରେ ବଢୁଛି ଶୀତ

ରାଜ୍ୟରେ ବଢୁଛି ଶୀତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶା ମଧ୍ୟକୁ କ୍ରମାଗତ ଭାବେ ଶୁଷ୍କ ଥଣ୍ଡା ବାୟୁ ଉତ୍ତର-ପଶ୍ଚିମ ଦିଗକୁ ପ୍ରବେଶ କରୁଛି । ଯାହାଫଳରେ ଆଗାମୀ ୨-୩ ଦିନ ମଧ୍ୟରେ ରାଜ୍ୟବ୍ୟାପୀ ରାତ୍ରିକାଳୀନ ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମିପାରେ | ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଉଛି ।

ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ରାଜ୍ୟରେ ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗିବାଡ଼ିରେ ରାତ୍ରି ସମୟରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ସେହିପରି ସମତଳ ଅଞ୍ଚଳ ମଧ୍ୟରେ ସର୍ବନିମ୍ନ ତାପମାତ୍ରା କନ୍ଧମାଳର ଫୁଲବାଣୀଠାରେ ୧୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବର୍ତ୍ତମାନ ଓଡ଼ିଶାକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରୁଛି | ଫଳସ୍ବରୂପ ନିକଟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତ୍ରିକାଳୀନ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ୍ ତଳକୁ ଖସିଥିବା ବେଳେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ୦.୫ ଡିଗ୍ରୀରୁ ୧ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି।

related posts

Leave a Comment