Home Breaking News / ତାଜା ଖବର ଆସନ୍ତାକାଲି ଶଙ୍ଖ ଧରିବେ ପ୍ରଦୀପ ମାଝୀ

ଆସନ୍ତାକାଲି ଶଙ୍ଖ ଧରିବେ ପ୍ରଦୀପ ମାଝୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ପ୍ରଦୀପ ମାଝୀ। ନବରଙ୍ଗପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ଯକ୍ରମରେ ମିଶ୍ରଣ ପର୍ବରେ ସେ ଶଙ୍ଖ ଧରିବେ । ନିଜ ସମର୍ଥକମାନଙ୍କୁ ଧରି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ମିଶିବେ।

ବିଜେଡିରେ ମିଶିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ପ୍ରଦୀପ ମାଝୀ। ଗତ ୨୨ ତାରିଖରେ ପ୍ରଦୀପ କଂଗ୍ରେସ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଇ ଦଳରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ହାଇକମାଣ୍ଡ, ପ୍ରଭାରୀ ଓ ପିସିସି ସଭାପତିଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରି ପତ୍ର ପଠାଇଥିଲେ। ଦଳରେ କାମ କରିବାକୁ ସୁଯୋଗ ମିଳୁନଥିବାରୁ ଦୁଃଖରେ ଦଳ ଛାଡ଼ୁଥିବା ଲେଖିଥିଲେ । ରାଜ୍ୟବାସୀଙ୍କ ପାଖରେ କଂଗ୍ରେସ ତାର ବିଶ୍ୱସନୀୟତା ହରାଇଛି ବୋଲି ଇସ୍ତଫା ପତ୍ରରେ ପ୍ରଦୀପ ଉଲ୍ଲେଖ କରିଥିଲେ। କଂଗ୍ରେସ ଛାଡିବାବେଳେ ପିସିସି କାର୍ଯ୍ଯକାରୀ ସଭାପତି ଦାୟିତ୍ୱରେ ଥିଲେ ଦକ୍ଷିଣ ଓଡ଼ିଶାର ଏହି ନେତା।

related posts

Leave a Comment