ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ୫ କିଲୋ ମିଟର ମାଲକାନଗିରି ଜୟପୁର ମୁଖ୍ୟ ରାସ୍ତା କଡରେ ଥିବା ସତିଗୁଡା ଜଳ ଭଣ୍ଡାରରେ ଆଜି ଏନ.ଡି.ଆର.ଏଫର ଜବାନ ମାନେ ଜଳ ମଧ୍ୟରେ ଦୁଶାହାସିକ ରଣ କୌଶଳ ପ୍ରଦର୍ଶନ କରିଛନ୍ତି । ବନ୍ୟା ବାତ୍ୟା ସମୟରେ ନଦୀ କିମ୍ବା ସମୁଦ୍ରରେ ବୁଡି ଯାଉଥିବା ବ୍ୟକ୍ତିଙ୍କୁ କିପରି ନିରାପଦରେ ଉଦ୍ଧାର କରାଯାଏ , ନଦୀ କିମ୍ବା ସମୁଦ୍ର ଗର୍ଭରେ କୌଣସି ବ୍ୟକ୍ତି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜଳ ମଧ୍ୟରେ ରହି ଯାଇଥାନ୍ତି ତାଙ୍କୁ କିପରି ଉଦ୍ଧାର କରାଯିବ ସେ ସମୟରେ ପ୍ରତେକ୍ଷ କାର୍ଯ୍ୟ ଶୌଳି ପ୍ରଦର୍ଶିତ କରିଥିଲେ । ଶଙ୍କଟା ପର୍ଣ୍ଣ ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ତତ୍କ୍ଷଣାତ୍ କିପରି ଚିକିତ୍ସା କରାଯିବ ଯଥା ପେଟରୁ ଜଳ ନିଷ୍କାସନ , ଅକ୍ସିଜେନ୍ ସଂଯୋଗ , ଥଣ୍ଡାରୁ ମୁକ୍ତି ପାଇଁ ଜରୁରି ଔଷଧ ଇତ୍ୟାଦି ସମ୍ବନ୍ଧରେ ପ୍ରତକ୍ଷ ଶିକ୍ଷା ଦିଆଯାଇଥିଲା । ମାଲକାନଗିରି ଜିଲ୍ଲା ମହିଳା ମହାବିଦ୍ୟାଳୟ ଘଡେଇ ଆବାସିକ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଜଳ ଭଣ୍ଡାର ତଟରେ ଥାଇ ଏହି ଦୁଶ୍ୟକୁ ଉପଭୋଗ କରିବା ସହ ପ୍ରତ୍ୟେକ୍ଷ ଜ୍ଞାନ କୌଶଳ ଅର୍ଜନ କରିଥିଲେ । କଟକ ମୁଣ୍ଡଳିରୁ ଆସିଥିବା ଜାତୀୟ ବିପର୍ଯ୍ୟୟ ସୁରକ୍ଷା ବଳ ବାଟାଲିୟାନ୍ ତିନିର ଇନ୍ସ୍ପେକ୍ଟର ସୁନିଲ୍ କୁମାର ଶାନ୍ତିଙ୍କ ତତ୍ୱାବଧାନରେ ଜବାନ ମାନେ କଳା କୌଶଳ ପ୍ରଦର୍ଶନ କରିଥିଲେ ।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପର୍ଣ୍ଣୟକୁ ଉଦ୍ଧାର କରିବା ସମ୍ବନ୍ଧରେ ପ୍ରତ୍ୟେକ୍ଷ ଜ୍ଞାନ କୌଶଳ ଶିକ୍ଷା ଗ୍ରହଣ କଲେ ଛାତ୍ରଛାତ୍ରୀ
Share with