ଆଗଲପୁର ବ୍ଲକ ସାଲେଭଟା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ବ୍ଲକ ଗାଁ ସାଥି (ମେଟ) ସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ଆନନ୍ଦ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ତଥା ବଲାଙ୍ଗୀର ସାଂସଦଙ୍କ ଆଗଲପୁର ବ୍ଲକ ପ୍ରତିନିଧି ବୈଶାଖୁ ପଟେଲ ଯୋଗ ଦେଇଥିଲେ । ଗାଁ ସାଥି ମାନେ ସରକାରଙ୍କ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ କାର୍ଯ୍ୟ କରୁଥିଲେ ହେଁ ସେମାନେ ରାଜନୈତିକ ଆକ୍ରୋଶର ଶିକାର ହେଉଛନ୍ତି । ଗାଁ ସାଥୀଙ୍କୁ ସ୍ଥାୟୀ ନିଯୁକ୍ତି ସାଙ୍ଗକୁ ମାସିକ ପ୍ରୋତ୍ସାହନ ଦିଆଯିବା ପାଇଁ ବୈଠକରେ ଦାବି ହୋଇଥିଲା । ଏହି ଅବସରରେ ସାଂସଦ ପ୍ରତିନିଧି ଶ୍ରୀ ପଟେଲଙ୍କ ଜରିଆରେ ଗାଁ ସାଥି ସଙ୍ଘ ତରଫରୁ ବଲାଙ୍ଗୀର ସାଂସଦଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ବୈଠକରେ ଶାନ୍ତି ପସାୟତ, ମନୋଜା ପଧାନ, ମୋହିନୀ ବିଶ୍ୱାଳ, ପାର୍ବତୀ ବାରିକ, କେଶବ ପଧାନ, ତରଣୀସେନ ନାଗ, କାମଦେବ ଶିକା, ପ୍ରଫୁଲ୍ଲ ବାଗ, ଭୋଜରାଜ ଧରୁଆ, ସଂଯୁକ୍ତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।
ବିଭିନ୍ନ ସମସ୍ୟା ନେଇ ଆଗଲପୁର ବ୍ଲକ ଗାଁ ସାଥୀଙ୍କ ସାଂସଦଙ୍କୁ ଦାବିପତ୍ର ପ୍ରଦାନ
Share with
previous post