ଉତରପ୍ରଦେଶର ଅଯୋଧ୍ୟାରେ ଦୀପୋତ୍ସବକୁ ନେଇ ଚାଲିଛି ଜୋରସୋର ପ୍ରସ୍ତୁତି । ଦିନ ୧୦ଟା ସୁଦ୍ଧା ଅଯୋଧ୍ୟାରେ ୮ ଲକ୍ଷ ଦୀପ ପ୍ରସୁତି ସରିଗଲାଣି । ଅଯୋଧ୍ୟାରେ ଆଜି ୧୨ ଲକ୍ଷ ଦୀପ ଏକାଠି ଜାଳିବା ପାଇଁ ପ୍ରସ୍ତୁତି ଚାଲିଛି । ଆଜି ବିଶ୍ୱରେକର୍ଡ ଟିମ୍ ଏହି ଅବସରର ମୁକସାକ୍ଷୀ ପାଇଁ ଉପସ୍ଥିତ ରହିଛି । ବିଭିନ୍ନ ଅଂଚଳରୁ ସ୍ୱେଛାସେବୀ ଗତ ୩ ଦିନ ଧରି ଲାଗି ପଡିଛନ୍ତି ଏହି ଦୀପ ପ୍ରସ୍ତୁତିରେ । ୯ ଲକ୍ଷ ଦୀପ ଏକାଠି ଜଳିଲେ ଏହା ବିଶ୍ୱ ରେକର୍ଡ ଅନ୍ତର୍ଭୁକ୍ତ ହୋଇଯିବ ।
ଅଯୋଧ୍ୟାରେ ରାମଙ୍କ ପେଡି ନିକଟରେ ଜଳିବ ୯ ଲକ୍ଷ ଦୀପ
ରାମ ଜନ୍ମଭୂମି ପରିସରରେ ଜଳିବ ୫୧ ହଜାର ଦୀପ
ଅଯୋଧ୍ୟାରେ ପ୍ରାଚୀନ ମନ୍ଦିରରେ ଜଳିବ ୩ ଲକ୍ଷ ଦୀପ
ଅଯୋଧ୍ୟାରେ ଅନ୍ତର୍ଗତ ସମସ୍ତ ପୌରାଣିକ ସ୍ଥଳରେ ଜଳିବ ଦୀପ
୧୪ ହଜାର ସ୍ୱେଚ୍ଛାସେବୀ ନିୟୋଜିତ ଅଛନ୍ତି ଦୀପ ଲଗାଇବା କାମରେ
ସଂଧ୍ୟା ୬ଟାରେ ଦୀପରେ ସଂଯୋଗ ହେବ ଅଗ୍ନି
ବିଶ୍ୱ ରେକର୍ଡ ପାଇଁ ପ୍ରତ୍ୟକ ଦୀପ ୫ ମିନିଟ ଜଳିବା ଆବଶ୍ୟକ
ପ୍ରତ୍ୟକ ଦୀପରେ ବ୍ୟବହାର ହେବ ୪୦ ମିଲି ତେଲ
ଏହି ଅବସରରେ ୧୧ôଟି ପ୍ରଜ୍ଞାପନ ମେଢ ମଧ୍ୟ ଆୟୋଜନ ହୋଇଛି । ଦୀର୍ଘ ୫ ଦିନ ଧରି ଅଯୋଧ୍ୟାରେ ଦୀପୋତ୍ସବ କାର୍ଯ୍ୟକ୍ରମ ନେଇ ମହା ଆୟୋଜନ କରିଛନ୍ତି ଯୋଗୀ ସରକାର ।
ଅଯୋଧ୍ୟାରେ ଦୀପୋତ୍ସବ, ଅଯୋଧ୍ୟାରେ ଏକ ସାଥୀରେ ଜଳିବ ୧୨ ଲକ୍ଷ ଦୀପ, ଡ୍ରୋନରେ ପ୍ରଦର୍ଶିତ ହେବ ରାମାୟଣ
Share with
previous post