Home Breaking News / ତାଜା ଖବର ଦରଦାମ ବୃଦ୍ଧି ପ୍ରତିବାଦରେ ଧାରଣା ଓ ବିକ୍ଷୋଭ ବଡମ୍ବା ବିଜୁ ମହିଳା ଜନତା ଦଳ

ଦରଦାମ ବୃଦ୍ଧି ପ୍ରତିବାଦରେ ଧାରଣା ଓ ବିକ୍ଷୋଭ ବଡମ୍ବା ବିଜୁ ମହିଳା ଜନତା ଦଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ଶକ୍ତି ସ୍ୱର ରଣା): ଦରଦାମ ବୃଦ୍ଧି ରେ ଲାଗୁନି ବ୍ରେକ।ପ୍ରତିବାଦରେ ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଜନତା ଦଳ।ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ର ପ୍ରତିବାଦ କରିଛି ବିଜେଡି।ଆଜି ସାରା ରାଜ୍ୟ ବ୍ୟାପି ବିଜୁ ଜନତା ଦଳ ପକ୍ଷରୁ ବିଜୁ ମହିଳା ଜନତା ଦଳ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସେଥିରୁ ବାଦ ପଡିନି କଟକ ଜିଲ୍ଲା ବଡମ୍ବା ନିର୍ବାଚନ ମଣ୍ଡଳୀର ବିଜୁ ମହିଳା ଜନତା ଦଳ।

ଦରଦାମ ବୃଦ୍ଧି ର ପ୍ରତିବାଦ ଜଣାଇ ବଡମ୍ବା ହାଟ ଠାରେ ଥିବା ଆଡ଼ିଆ ମହାଦେବ ମନ୍ଦିରରୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ବିଶାଳ ରାଲି ବାହାରି ବଡମ୍ବା ଟାଉନ ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ।ସେଠାରେ ବିଜୁ ଜନତା ଦଳ ପକ୍ଷରୁ ଶତାଧିକ ମହିଳାଙ୍କୁ ନେଇ ଏକ ପ୍ରତିବାଦ ସଭା ସହିତ ଧାରଣା ଅନୁଷ୍ଠିତ ହୋଇଥିଲା।କେନ୍ଦ୍ର ସରକାରଙ୍କ ଏଭଳି ଦରଦାମ ବୃଦ୍ଧିକୁ ବିଜୁ ଜନତା ଦଳର ସମସ୍ତ ନେତୃବୃନ୍ଦ ଦୃଢ ନିନ୍ଦା କରିବା ସହିତ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକପତ୍ର ବଡମ୍ବା ତହସିଲଦାର ଙ୍କୁ ଦିଆଯାଇଥିଲା।ଗତ ଦୁଇ ବର୍ଷ ହେବ ଦେଶରେ ପେଟ୍ରୋଲ,ଡିଜେଲ,ଖାଇବା ତେଲ,ପରିବାପତ୍ର ସମେତ ସାଧାରଣ ଲୋକଙ୍କର ଘରେ ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପାଇଛି।ଯେଉଁଥିପାଇଁ କି କେନ୍ଦ୍ରରେ ଶାସନରେ ଥିବା ମୋଦି ସରକାରଙ୍କୁ ସମାଲୋଚନା କରିଛି ବିଜେଡି।

ବିଜୁ ଜନତା ଦଳ ସବୁବେଳେ ଲୋକମାନଙ୍କର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଆସିଛି।ଓଡିଶା ବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ହେଉଛି ଜାଗ୍ରତ ପ୍ରହରୀ।କେନ୍ଦ୍ର ସରକାର ଙ୍କ ବିଫଳ ଅର୍ଥନୀତି ପରିଚାଳନା ଯୋଗୁଁ ଦରଦାମ ବୃଦ୍ଧି ଆକାଶ ଛୁଆଁ ହେବାରେ ଲାଗିଛି।ତେଣୁ କେନ୍ଦ୍ର ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବା ପାଇଁ ଓ କେନ୍ଦ୍ର ସରକାରଙ୍କୁ ଚେତେଇ ଦେବା ପାଇଁ ବିଜୁ ଜନତା ଦଳ ର ଏହା ଏକ ପ୍ରୟାସ।ବଡମ୍ବା ବିଜୁ ଜନତା ଦଳର ଏକ ମହିଳା ପ୍ରତିନିଧି ମଣ୍ଡଳୀ ଶାନ୍ତି ଶୃଙ୍ଖଳାର ସହିତ ରାଲି କରି ମହାମହିମ ରାଷ୍ଟ୍ରପତିଙ୍କୁ ତହସିଲଦାରଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ନିର୍ବାଚନ ମଣ୍ଡଳୀ ର ବହୁ ନେତୃତ୍ବଙ୍କ ସହିତ ପ୍ରତ୍ୟକ ୱାର୍ଡରୁ ଅନେକ ସଂଖ୍ୟାରେ ସ୍ୱୟଂ ସହାୟକ ଗ୍ରୁପର ମହିଳା ମାନେ ଯୋଗଦେଇ ଆନ୍ଦୋଳନଟିକୁ ସଫଳ କରିଥିବା ବେଳେ ବିଜୁ ମହିଳା ଜନତା ଦଳର ସମସ୍ତ କର୍ମୀ ତଥା ନେତୃତ୍ୱ କେନ୍ଦ୍ର ସରକାରଙ୍କର ଗରିବର ହାଣ୍ଡିଶାଳ ପ୍ରତି ହେଉଥିବା ମହଙ୍ଗା ମାଡକୁ ଦୃଢ ବିରୋଧ କରିବା ସହିତ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ସହିତ କେନ୍ଦ୍ର ସରକାରଙ୍କୁ ଉଚିତ ଜବାବ ଦେବାପାଇଁ ଚେତାବନୀ ଦେଇଥିଲେ

related posts

Leave a Comment