Home Breaking News / ତାଜା ଖବର ସିଙ୍ଗାରି ମନରେଗା ଟଙ୍କା ହଡପ ମାମଲା ତଦନ୍ତ କଲେ ବିଡ଼ିଓ ଓ ଅନ୍ୟ ଅଧିକାରୀ

ସିଙ୍ଗାରି ମନରେଗା ଟଙ୍କା ହଡପ ମାମଲା ତଦନ୍ତ କଲେ ବିଡ଼ିଓ ଓ ଅନ୍ୟ ଅଧିକାରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାଜ୍ୟରେ ମନରେଗା ଦୁର୍ନୀତିରେ ଉବୁଟୁବୁ ହେଉଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାର ଚାରି ଜିଲ୍ଲାରେ ଏହାର ଦୁର୍ନୀତି ଅଧିକ ବୋଲି ପ୍ରକାଶିତ ରିପୋର୍ଟରୁ ଜଣା ପଡୁଛି। କାଶୀପୁର ବ୍ଲକର ମାମଲା ଜିଲ୍ଲାର ସର୍ବାଧିକ ଥିବା ବେଳେ ଏଥିରୁ ଅନ୍ୟ ବ୍ଲକ ମାନେବି ବାଦ ପଡିନଥିବା ନିମ୍ନ ପ୍ରଦତ୍ତ ଖବରରୁ ସ୍ୱଷ୍ଟ ଜଣା ପଡୁଛି। ଗତ କାଲି ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ରେ ଗ୍ରାମବାସୀ ତଥ୍ୟ ସହ ଅଭିଯୋଗ କରିଛନ୍ତି କି କାମ ନହେଉଣୁ ଯନ୍ତ୍ରୀ ଗ୍ରାମ ରୋଜଗାର ସେବକ ଓ ଠିକାଦାର ମିଶି ଚାଲବାଜି କରି ଏହି ବିଲର ଟଙ୍କା ହଡପ କରିଥିବା ଅଭିଯୋଗ କରିଛନ୍ତି। ସେହି ଭଳି ଏକ ମସ୍ତବଡ ଠକେଇର ଶିକାର ହେଇଛନ୍ତି, ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ସୀମାନ୍ତ ପଞ୍ଚାୟତର ସିଙ୍ଗାରି ଅଧିନସ୍ତ ଖରଯୋଡ଼ା ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ଖରଯୋଡ଼ା ଗ୍ରାମ ନିକଟରେ ଯାହାକୁ ସିଆଦି ମାଳ କହନ୍ତି ସେହି ନିକଟରେ ଏକ ବଡ଼ ପୋଖରୀ ଅନେକ ବର୍ଷ ତଳେ ଜଳ ସେଚନ ଓ ଜଳ ସଂରକ୍ଷଣ ପାଇଁ ଖନନ କରାଯାଇଥିଲା। ସେହି ଜଳକୁ ଚାଷ ଜମି ମାନଙ୍କୁ ସେଚନ ସୁବିଧା କରିବା ପାଇଁ କେନାଲ ଖନନ କରିବାପାଇଁ ୨ହଜାର ଉଣେଇସି ମସିହାର ବାର୍ଷିକ କାର୍ଯ୍ୟ ଖସଡ଼ା ରେ ସାମିଲ କରାଇଥିଲେ। ସେହି କାମ ପାଇଁ ବାରମ୍ବାର କହିଲାପରେ ଚଳିତ ବର୍ଷ ମେ ମାସରେ ଏହି କାମ କରିବାକୁ କାର୍ଯ୍ୟନିର୍ଦେଶ ପତ୍ର ପ୍ରଦାନ କରି ସ୍ଥାନୀୟ ଠିକାଦାର ମଳୟ ମହନନ୍ଦିଆଙ୍କୁ ଦାଇତ୍ୱ ଦିଆଯାଇଥିଲା। ଦୀର୍ଘ ୬ ମାସ ବିତି ଯାଇଥିଲେହେଁ କାହିଁକି କାମ ହେଲାନି ବୋଲି ସିଙ୍ଗାରି ଗ୍ରାମର ଚନ୍ଦନ ଗୁଡବିସି ,ରମେଶ ମାଝୀ, ଜଗନାଥ ମାଝୀ, ପ୍ରକାଶ ଗୁଡାବିସି ମାନେ ଅନୁଧ୍ୟାନ କଲାପରେ ଜଣା ପଡିଲାକୀ କାମର ବିଲ ଉଠି ସବୁ ସାରିଯାଇଛି ବୋଲି ଜାଣି ପାରିଲୁ ପ୍ରକାଶ କରିଛନ୍ତି। ଏହାର କାର୍ଯ୍ୟ ନିର୍ଦେଶ ନମ୍ବର କୋର୍ଡ ହେଉଛି -୨୪୨୯୦୦୫୯୧୪/୧୪୮୮୬୦ ବ୍ଲକ କାର୍ଯ୍ୟାଳୟରୁ ତଥ୍ୟ ହସ୍ତଗତ ହେଇଛି। ଅତିରିକ୍ତ ପ୍ରକଳ୍ପ ନିର୍ଦେଶକଙ୍କ ନିର୍ଦେଶ କ୍ରମେ ଆଜି ବିଡ଼ିଓ ସୁଧାକର ରଇତ ,ପି ଇ ଓ କାମକ୍ଷ ପ୍ରସାଦ ନେମାଲପୁରୀ,କନିଷ୍ଟ ଯନ୍ତ୍ରୀ ସୋନାଲି ମଲିକ ,ଜି ଆର ଏସ ଡିଲେଶ୍ୱରୀ ପଟେଲ ଓ କିଛି ଗ୍ରାମବାସୀ କାମର ଅନୁଧ୍ୟାନ କରିବାକୁ ଯାଇଥିଲେ। କିନ୍ତୁ ସେଠାରେ କାମ ଚିହ୍ନ ବର୍ଣ୍ଣ ନାହିଁ ଜମାରୁ କାମ ହେଇନାହିଁ , କିମ୍ବା କାର୍ଯ୍ୟାଦେଶ ଫଳକ ମଧ୍ୟ ନାହିଁ । ଏନେଇ ବିଡ଼ିଓ ଶ୍ରୀ ରଇତଙ୍କୁ ପଚାରିବାରୁ ସେ କହିଛନ୍ତିକି କାମ ସେ ଜାଗାରେ ହେଇନାହିଁ ସତ କିନ୍ତୁ ତାହା ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରାଯାଇ ନିକତସ୍ତ ବୋରି ଗୁଡା ଗ୍ରାମକୁ ନିଆଯାଇଛି ସେଠାରେ କାମ ହେଇଛି ବୋଲି କହିଛନ୍ତି। ଏନେଇ କନିଷ୍ଠ ଯନ୍ତ୍ରୀ ସୋନାଲି ମାଲିକଙ୍କୁ ପଚାରିବାରୁ ସେ ତାଙ୍କ ମନ୍ତବ୍ୟରେ କାମ ହେଇଛି କିନ୍ତୁ ଅନ୍ୟ ଜାଗାରେ ଅଭିଯୋଗ ଅନୁସାରେ କିଛି ସେମିତି ହେଇନି, କାହିଁକି ୟାକୁ ଏକ୍ସସନ ପ୍ଲାନରେ ସାମିଲ ହେଇନାହିଁ କି କାର୍ଯ୍ୟର ସରଣୀବୋର୍ଡ ତିଆରି କରାଯାଇନି ବୋଲି ପଚାରିବାରୁ ବାରମ୍ବାର ଠିକାଦାରଙ୍କୁ କହିଲେ କରୁନାହାନ୍ତି କହିଛନ୍ତି। ପିଇଓ ଶ୍ରୀ ନେମାଲ ପୁରୀଙ୍କୁ ପଚାରିବାରୁ ମୁ କିଛି ଜାଣିନି ମୁ ନୂଆରେ ଜଏନ ହେଉଛି ବୋଲି ନିଜ ପକ୍ଷ ରଖିଥିଲେ। ଏ ନେଇ ସମିତି ସଭ୍ୟ ଭୀମସେନ ଭାଘ କହିଛନ୍ତି କି ମୁଁ ଶୁଣିଛି ଯେଉଁ ଜାଗାରେ କରିବା କଥା ସେଠି ହେଇନି ବୋଲି କହିଥିଲେ। ସବୁ ଅଧିକାରୀଙ୍କ ମନ୍ତବ୍ୟ ଅନୁସାରେ ପ୍ରକୃତରେ ଫଳକ ନ କରିବା ଏକ୍ସସନ ପ୍ଲାନରେ ନ ଚଢାଇବା ଠିକାଦାରଙ୍କୁ ସୁବିଧା ଯୋଗାଇ ନିଜେ ଅଧିକାରୀମାନେ ଟଙ୍କା ହଡପ କରିବା ପାଇଁ ସୁକଳ୍ପିତ ଯୋଜନା ଭଳି ଲାଗୁଛି। ତେଣୁ ଏହାର ତଦନ୍ତ କରାଯାଇ ସତ୍ୟ ସାମନାକୁ ଆଣିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି। ଏନେଇ ରାଜନୈତିକ ଦଳର କଂଗ୍ରେଶ ଓ ଭାଜପା ନେତାମାନେ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରାନଗଲେ ଆଗକୁ ଗ୍ରାମବାସୀଙ୍କୁ ନେଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି

related posts

Leave a Comment