Home Breaking News / ତାଜା ଖବର ବିଶ୍ୱକପରେ କପ୍ତାନୀ ଛାଡିବେ କି କୋହଲି? ତେବେ କିଏ ସଂଭାଳିବ ଟିମଇଣ୍ଡିଆ ଭାର?

ବିଶ୍ୱକପରେ କପ୍ତାନୀ ଛାଡିବେ କି କୋହଲି? ତେବେ କିଏ ସଂଭାଳିବ ଟିମଇଣ୍ଡିଆ ଭାର?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚଳିତ ଟି ୨୦ ବିଶ୍ୱକପରେ ଏଯାଏଁ କ୍ଲିକ୍ କରିନି ଟିମ ଇଣ୍ଡିଆ । ପାକିସ୍ତାନ ବିପକ୍ଷ ମ୍ୟାଚରୁ ଲଜ୍ଜାଜନକ ପରାଜୟ ପରଠାରୁ ଦଳର ବ୍ୟାଟିଂ ଓ ବୋଲିଂ କିଛି କାମ କରୁନି । ଦଳର ଖେଳାଳିଙ୍କ ବଡି ଲାଂଗୁଏଜ୍ ଦେଖିଲେ ମନେ ହେଉନି କି , ଏ ଦଳ ବିଶ୍ୱକପ୍ ଖେଳିବାକୁ ଆସିଛି । ଏପରି ସମୟରେ ଚର୍ଚା ଜୋର ଧରିଛି କି ଭାରତୀୟ ଦଳର କ୍ୟାପଟେନ୍ ବଦଳାଇବାକୁ ବିଚାର କରୁଛି ବିସିସିଆଇ ।
ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ହୋଇପାରେ ପରିବର୍ତନ
କ୍ୟାପଟେନ୍ ଭୂମିକାରେ ନଜର ଆସିନପାରନ୍ତି ବିରାଟ କୋହଲି
ଏପରି ସମୟରେ ଚର୍ଚା ଜୋର ଧରୁଛି କିଛି ନାଁ , ଯେଉଁମାନେ ଭାରତୀୟ ଦଳର ଟି ୨୦ କ୍ୟାପଟେନ୍ ରେସରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ଆଗରେ ଅଛି ରୋହିତ ଶର୍ମାଙ୍କ ନାଁ । ୨୦୨୩ ମସିହାରେ ଭାରତରେ ଆୟୋଜନ ହେବ ଆଗାମୀ ଟି ୨୦ ବିଶ୍ୱକପ୍ । ରୋହିତ ଏବେ ୩୪ ବର୍ଷର । ମୁମ୍ୱାଇ ଇଣ୍ଡିଆନ୍ସକୁ ଆଇପିଏଲରେ ୫ ଟାଇଟଲ ଜିତାଇଥିବା ରୋହିତଙ୍କ ଆଗରେ କେବଳ ବୟସ ଏକ ବାଧକ । ସେହିପରି ଯୁବ ଖେଳାଳି ଲୋକେସ ରାହୁଲ, ଋିସଭ ପନ୍ତ ମଧ୍ୟ ଏହି ଦୌଡରେ ଅଛନ୍ତି । କେଏଲ ରାହୁଲଙ୍କ ଆଇପିଏଲ କପ୍ତାନୀର ଭଲ ଅନୁଭବ ରହିଛି । ଅନ୍ୟ ଜଣେ ଖେଳାଳି ଯିଏ କି ଦଳର ସର୍ଟ ଫର୍ମାଟର କ୍ୟାପଟେନ ଦୌଡରେ ରହିବେ ସେ ହେଉଛନ୍ତି ଶ୍ରେୟସ ଆୟାର । ଆହତ କାରଣରୁ ସେ ଦଳରେ ନାହାନ୍ତି ।
ଆସନ୍ତା ୭୨ ଘଂଟା ମଧ୍ୟରେ ବସିବ ବୋର୍ଡର ବୈଠକ
ନୂଆ କ୍ୟାପଟେନ ନେଇ ହୋଇପାରେ ଆଲୋଚନା
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଦଳର ସମ୍ପାଦକ ଜୟ ଶାହା ଏବଂ ମୁଖ୍ୟ ଚୟନ କର୍ତା ଚେତନ ଶର୍ମାଙ୍କ ମଧ୍ୟରେ ଖୁବଶୀଘ୍ର ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ଦଳ ଟି ୨୦ , ଦିନିକିଆ ଓ ଟେଷ୍ଟ ମ୍ୟାଚ ପାଇଁ ଅଲଗା ଅଲଗା କ୍ୟାପଟେନ୍ ବାଛିବା ଉପରେ ଚର୍ଚା କରିବ । ସୂତ୍ର ଅନୁସାରେ ଏହି ବୈଠକରେ ବିଶ୍ୱକପ୍ ମଧ୍ୟରେ କୋହଲିଙ୍କୁ କ୍ୟାପଟେନସି ଛାଡିବାକୁ କୁହାଯାଇପାରେ । ଏପରି ହେଲେ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ଦଳର କ୍ୟାପଟେନସି ସଂଭାଳିବା ସଂଭାବନା ଅଧିକ ରହିଛି । ପୂର୍ବରୁ ବିରାଟ ଘୋଷଣା କରି ସାରିଛନ୍ତି ଟି ୨୦ ବିଶ୍ୱକପ୍ ପରେ ସେ ଟି ୨୦ ଫର୍ମାଟ କପ୍ତାନୀ ଛାଡିବେ ।

related posts

Leave a Comment