Home Breaking News / ତାଜା ଖବର ସନ୍ୟାସରୁ ଫେରିବେ ଯୁବରାଜ ସିଂ

ସନ୍ୟାସରୁ ଫେରିବେ ଯୁବରାଜ ସିଂ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଶ କିଛି ଦିନ ପୂର୍ବରୁ କ୍ରିକେଟର ଚହଲଙ୍କ ବିରୋଧରେ ଜାତିଆଣ ଆକ୍ଷେପ ମାମଲାରେ ଗିରଫ ହେବା ପରେ ଜାମିନରେ ବାହାରିଥିଲେ କ୍ରିକେଟର୍ ଯୁବରାଜ ସିଂ । ଏ ନେଇ ଯୁବରାଜ ଖୁବ ଚର୍ଚ୍ଚାରେ ରହିଥିଲେ ।

ହେଲେ ନିକଟରେ ତାଙ୍କର ଏକ ଘୋଷଣା ଅନେକ କ୍ରିକେଟ ପ୍ରେମୀଙ୍କୁ ଖୁସୀ କରିଥିଲାବେଳେ କ୍ରିକେଟ୍ ସମାଲୋଚକଙ୍କୁ ଚକିତ କରିଛି ।

ସନ୍ୟାସରୁ ଫେରିବେ ଯୁବରାଜ ସିଂ । ପୁଣି କ୍ରିକେଟ୍ ମଇଦାନରେ ଜଲୱା ଦେଖାଇବେ ସିକ୍ସର୍ କିଙ୍ଗ୍ ଯୁବରାଜ । ଆସନ୍ତା ବର୍ଷ ଫେବ୍ରୁଆରୀରେ ସେ କ୍ରିକେଟ ମଇଦାନକୁ ଫେରିବା ନେଇ ଖୋଦ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ନିଜ ପୋଷ୍ଟରେ ସେ ଅଗଣିତ ଫ୍ୟାନଙ୍କୁ ଧନ୍ୟବାଦ ଦେବା ସହ ପବ୍ଲିକ୍ ଡିମାଣ୍ଡରେ ପଡିଆକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି ।

related posts

Leave a Comment