Home Breaking News / ତାଜା ଖବର କଂଗ୍ରେସରୁ ଇସ୍ତଫା ଦେଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ ଲିଡର କ୍ୟାପଟେନ୍ ଅମରିନ୍ଦର ସିଂହ

କଂଗ୍ରେସରୁ ଇସ୍ତଫା ଦେଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ ଲିଡର କ୍ୟାପଟେନ୍ ଅମରିନ୍ଦର ସିଂହ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଂଗ୍ରେସରୁ ଇସ୍ତଫା ଦେଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ ଲିଡର କ୍ୟାପଟେନ୍ ଅମରିନ୍ଦର ସିଂହ । ସେ ତାଙ୍କ ଇସ୍ତଫା ପତ୍ର ଦଳର ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପଟେନ୍ ।

ଦଳ ମଧ୍ୟରେ ଅନ୍ତକନ୍ଦଳ ଯୋଗୁଁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ସେବେଠାରୁ ଚର୍ଚ୍ଚା ହେଉଥିଲା ଯେ ସେ କଂଗ୍ରେସ ଛାଡିପାରନ୍ତି । ମାତ୍ର ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଶେଷରେ କଂଗ୍ରେସ ଛାଡିଛନ୍ତି ହେଭିୱେଟ୍ ନେତା କ୍ୟାପଟେନ ଅମରିନ୍ଦର ସିଂହ ।

ଇସ୍ତଫା ପତ୍ରରେ କ୍ୟାପଟେନ୍ ଲେଖିଛନ୍ତି ଯେ, ପଞ୍ଜାବର ପ୍ରାୟ ସମସ୍ତ ଏମପି ଓ ମୋର ଅନୁରୋଧ ପରେ ବି ଆପଣ ନବଜୋତି ସିଂହ ସିନ୍ଧୁ ଭଳି ଜଣେ ପାକିସ୍ତାନୀ ପ୍ରେମୀକୁ ଦଳରେ ବଡ ପଦବୀ ଦେଲେ । ପାକିସ୍ତାନୀ ପ୍ରେମୀ ଯିଏକି ତାଙ୍କ ଦେଶର ଆର୍ମି ମୁଖ୍ୟ ଜେନେରାଲ ବାଜୱା ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନକୁ ଆଲିଙ୍ଗନା କରିଥିଲେ ତାକୁ ଦଳରେ ବଡ ପଦବୀ ଦିଆଯାଇ ଗୁରୁତ୍ୱ ଦିଆଗଲା ।

related posts

Leave a Comment