Home Breaking News / ତାଜା ଖବର ଆସନ୍ତାକାଲିଠୁ ଘରକୁ ଘର ବୁଲି ଦିଆଯିବ ଟିକା

ଆସନ୍ତାକାଲିଠୁ ଘରକୁ ଘର ବୁଲି ଦିଆଯିବ ଟିକା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର : ରାଜ୍ୟରେ କୋଭିଡ ଟିକା ନେଇ ନ ଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ । ଆସନ୍ତାକାଲିଠାରୁ ଟିକା ନେଇ ନଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଗାଁ ଗାଁରେ ଏଭଳି ଲୋକଙ୍କୁ ଖୋଜିବେ ଆଶାକର୍ମୀ । ଟିକା ନେଇ ନ ଥିବା ଲୋକଙ୍କର ଏକ ତାଲିକା ପ୍ରକାଶ କରାଯିବ ।
ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ ଟିକାକରଣ ଶେଷ ହେବ । ଏଥିପାଇଁ ଟିକା କେନ୍ଦ୍ର ତାଲିକା ବୃଦ୍ଧି କରାଯିବ । ଯେଉଁ ଗାଁରେ ଅଧିକ ଲୋକ ଟିକା ନେଇ ନାହାଁନ୍ତି ସେଠାରେ ଟିକାକରଣ କେନ୍ଦ୍ର ଖୋଲାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୦ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇ ନାହାଁନ୍ତିି ବୋଲି ସେ ସୂଚନା ଦେଇଛନ୍ତିି ।

related posts

Leave a Comment