Home Breaking News / ତାଜା ଖବର କୋଭିଡ କଟକଣା ଭିତରେ ରାଜଧାନୀରେ ଆଜିଠୁ ଖୋଲିଛି ସମସ୍ତ ସ୍କୁଲ

କୋଭିଡ କଟକଣା ଭିତରେ ରାଜଧାନୀରେ ଆଜିଠୁ ଖୋଲିଛି ସମସ୍ତ ସ୍କୁଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋଭିଡ କଟକଣା ଭିତରେ ରାଜଧାନୀରେ ଆଜିଠୁ ଖୋଲିଛି ସମସ୍ତ ସ୍କୁଲ । କେବଳ ୫୦ ପ୍ରତିଶତ କ୍ଷମତାରେ ସମସ୍ତ ଶ୍ରେଣୀ ଖୋଲିଛି । ତେବେ ଆଜିଠୁ ସମସ୍ତ ସ୍କୁଲ ଖୋଲିଥିବା ବେଳେ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନୀଷ ଶିଶୋଦିଆ କେତେକ ସ୍କୁଲ ବୁଲି ଟିକନିଖ୍ କରି ଅନୁଧ୍ୟାନ କରିଛନ୍ତି । ପଶ୍ଚିମ ବିନୋଦ ନାଗରର ରାଜକିଆ ସର୍ବୋଦୟ ବିଦ୍ୟାଳୟ ଯାଞ୍ଚ କରିବା ପାଇଁ ପରିଦର୍ଶନ କରିଥିବା ଜଣାପଡିଛି ।

ଏହି ଅବସରରେ ଶିଶୋଦିଆ କହିଛନ୍ତି ଯେ ନର୍ସରୀରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ କ୍ଲାସ କୋଭିଡ କଟକଣା ପାଳନ କରି ସ୍କୁଲ ଖୋଲିଛନ୍ତି । ସମସ୍ତ ସ୍କୁଲର ମୁଖ୍ୟଙ୍କୁ କୋଭିଡ କଟକଣା ପାଳନ କରିବାକୁ କଡାକାଡି ଭାବେ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ୫୦ ପ୍ରତିଶତରୁ ଅଧିକ ପିଲା କ୍ଲାସରେ ଉପସ୍ଥିତ ନ ରହିବେ ସେନେଇ ସୁନିଶ୍ଚିତ କରିବାକୁ କୁହାଯାଇଛି । ଏହାସହିତ ସ୍କୁଲର ଲାଇବ୍ରେରୀ, କ୍ଲାସ ରୁମ, ଲାବରେ ସାମାଜିକ ଦୂରତା ବଜାଇ ରଖିବାକୁ କୁହାଯାଇଛି । ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

related posts

Leave a Comment