Home Breaking News / ତାଜା ଖବର କାର୍ତ୍ତିକ ମାସ ସୋମବାର ଉପଲକ୍ଷେ ହରିଓଁ ସଂକୀର୍ତ୍ତନ ମଣ୍ଡଳୀର ଅନ୍ନ ପ୍ରସାଦ ବଣ୍ଟନ

କାର୍ତ୍ତିକ ମାସ ସୋମବାର ଉପଲକ୍ଷେ ହରିଓଁ ସଂକୀର୍ତ୍ତନ ମଣ୍ଡଳୀର ଅନ୍ନ ପ୍ରସାଦ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୧/୧୧-(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ସିକାର୍ପଇ ପଞ୍ଚାୟତର ସଦର ମହକୁମାରେ ହରିଓଁ ସାଂକୀର୍ତନ ମଣ୍ଡଳୀ ର ଅନୁକଲ୍ୟାରେ ହାବିଷ୍ୟାଲି ଙ୍କ ପାଇଁ ଏକ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। କାର୍ତ୍ତିକ ମାସ କୁ ଏକ ହାବିଷ୍ୟାଲି ମାସ ଓ ପୂଜା ପାର୍ବଣ ର ମାସ କହିଲେ ଅତ୍ୟୁକ୍ତି ହେବନାହିଁ। କୁମାର ପୂର୍ଣ୍ଣମୀ ପରଦିନ ଠାରୁ କାର୍ତିକ ପୂର୍ଣ୍ଣମୀ ଦିନ ପର୍ଯ୍ୟନ୍ତ ଏହି ଦୀକ୍ଷା ପାଳନ କରାଯାଏ। ଏହାର ବିଧି ବିଧାନ ଅତି ନିଆରା ଅଟେ। ପ୍ରଭାତ ସମୟରେ ଉଠି ନଦୀରେ ସ୍ନାନାଦି ନିତ୍ୟ କର୍ମ ସାରି ଓଦା ଲୁଗାରେତୁଳସୀ ଦେବୀଙ୍କୁ ଆରାଧନା କରି ଜଳ ପ୍ରଦାନ ପୂର୍ବକ ନିକତସ୍ତ ଶିବା ଳୟ କିମ୍ବା ଅନ୍ୟ କୌଣସି ମନ୍ଦିରକୁ ଯାଇ ବେଢା ପରିକ୍ରମା କରି ନଗର ସାଂକୀର୍ତନ କରାଯାଏ। ସେହି ଭଳି ମାସ ସାରା ପାଳନ କରି ଛାଡ ଖାଇ ଦିନ ଭୀମ ପୂଜା କରି ବ୍ରତ ସମାପନ କରାଯାଏ। ସେହି ପ୍ରେରଣାରେ ପୁଣ୍ୟ କମାଇବା ପାଇଁ ଓ ଅଧ୍ୟାତ୍ମକ ବାତାବରଣ ଜମାଇବା ପାଇଁ ଦୁଇ ହଜାର ଦସ ମସିହାରୁ ଏହି ସାଂକୀର୍ତନ ମଣ୍ଡଳୀ ମାତ୍ର ଚାରି ଜଣଙ୍କୁ ନେଇ ଆରମ୍ଭ ହେଇଥିଲା। ଏହାର ମୁଖ୍ୟ ସୂତ୍ରଧର ହେଉଛନ୍ତି ଭକ୍ତ ବାସୁଦେବ ମାରଥା, ଚାମିଆ ଲହରା, କାନ୍ତରୁ ଖଣ୍ଡରିଆ, ଏକାଦଶୀ ମହନକୁଡ଼ ଅଟନ୍ତି ୟାଙ୍କର ପ୍ରୟାସରେ ଆଜି ବାର ବର୍ଷ ପୁରି ଯାଇଛି ସଭ୍ୟ ସଂଖ୍ୟା ମଧ୍ୟ ବଢିଯାଇଛି। ସେଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ପୁଣ୍ୟ ମାସରେ ପ୍ରତ୍ୟେକ ସୋମବାର ଦିନ ସାଧାରଣ ଜନତାଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏହି ମାସରେ ଲୋକେ କୁହନ୍ତି କି ବଗ ଓ ବିରାଡ଼ି ମଧ୍ୟ ଆମିଷ ଛାଡି ନିରାମିଷ ଭୋଜନ କରେ ତେଣୁ ଏହି ମାସରେ ଲୋକଙ୍କ ପେଟ ପୁରା ପ୍ରସାଦ ଦେଲେ ଅତି ପୁଣ୍ୟ ଅର୍ଜନ କରିହୁଏ ବୋଲି ବିଶ୍ୱାସ ରହିଛି। ଏହି ଅନ୍ନ ଦାନ କାର୍ଯ୍ୟକ୍ରମରେ ସଭାପତି ସୁରେନ୍ଦ୍ର ମାରଥା, ମକର ଧ୍ୱଜ ଖଣ୍ଡରିଆ, ଭୁବନି, ସମାଜ ସେବୀ ଧର୍ମ ପରାୟଣ ବ୍ୟକ୍ତି କଳ୍ପତରୁ ଦାସ, ବିଶ୍ୱନାଥ ମାରଥା,ଅନେକ ସ୍ବେଛାସେବୀ ସହଯୋଗରେ ଆୟୋଜନ କରାଯାଇଥିଲା।

related posts

Leave a Comment