Home Breaking News / ତାଜା ଖବର ନଦୀ ଘାଟରେ ପାହାଚ ନ ଥିବାରୁ ହଇରାଣ ହେଉଛନ୍ତି ପାଲଖମନ ଗ୍ରାମବାସୀ

ନଦୀ ଘାଟରେ ପାହାଚ ନ ଥିବାରୁ ହଇରାଣ ହେଉଛନ୍ତି ପାଲଖମନ ଗ୍ରାମବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ସିଙ୍ଗାରି ପଂଚାୟତର ପାଲ ଖମନ ଓ ଛତା ପଦର ଗ୍ରାମର ଦୁର୍ଦଶା ଦିନକୁ ଦିନ ବଢି ଚାଲିଛି। ନଦୀ କୂଳରେ ଥାଇ ସୁଦ୍ଧା ଶୋଷିଲା ହେଇ ରହିବାକୁ ବାଧ୍ୟ ହେଉଛନ୍ତି ଏହି ଦୁଇ ଗ୍ରାମବାସୀ। ନଦୀର ଉଭୟ ପାର୍ଶ୍ଵରେ ଅବସ୍ଥିତ ଏହି ଦୁଇଟି ଗ୍ରାମ। ଦିନ ଥିଲା ଏହି ଗ୍ରାମ ପାଇଁ ଗମନା ଗମନ ରାସ୍ତା ନଥିଲା ଅନ୍ୟ ଋତୁରେ ଜେନ ତେନ ପ୍ରକାରେଣ ନଦୀ ପାର ହୋଇ ଜା ଆସ ହେଇପାରୁଥିଲା। କିନ୍ତୁ ଗତ ଦୁଇ ହଜାର ତେର ମସିହାରେ ଲୋକଙ୍କ ସମସ୍ୟା ପାଇଁ ଜିଲ୍ଲା ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଏକ ଲୁହା ପୋଲ ନିର୍ମାଣ କରାଯାଇଥିଲା, କିନ୍ତୁ ସେ ଖୁସି ବେସିଦିନ ରହି ପାରିଲା ନାହିଁ ଗତ ୨୦୧୮ ମସିହାରେ ପ୍ରକୃତିର ତାଣ୍ଡବ ରେ ନଗବଳୀ ଓ କଲ୍ୟାଣି ଓ ସାନ ନଦୀରେ ଆସିଥିବା ବଢି ଯୋଗୁ ପୋଲ ସମ୍ପୂର୍ଣ ଧୋଇ ହୋଇ ଯାଇଥିଲା ବୋଲି ତ୍ରିଲୋଚନ ମୁଣ୍ଡାଛେନା, ଜଗନାଥ ମାଝୀ, ଦୟାନିଧି ମୁଣ୍ଡାଛେନା, ପରମାନନ୍ଦ ମାଝୀ ପ୍ରମୁଖ କହିଛନ୍ତି। ତାପର ଠାରୁ ଏହି ଅଂଚଳର ଲୋକ ମାନେ ନଦୀ ପାର ହୋଇ ଯିବା ଆସିବା କରୁଥିଲେ। ସରକାରଙ୍କ ଅନୁକମ୍ପା ପରେ ପୁନଃ ନୂତନ ସ୍ଥାୟୀ ପୋଲ ନିର୍ମାଣ କରାଯାଉଛି। ସମ୍ଭବତଃ ଜାତୟତର ସମସ୍ୟା ସମାଧାନ ହେଇଯିବ, କିନ୍ତୁ ତା ସହ ଆଉ ଏକ ନୂଆସମସ୍ୟା ଉପୁଜିଛି। ତାହାହେଲା ସହଜରେ ନଈ କୁଳିଆ ଲୋକମାନେ ନଦୀକୁ ଯାଇ ନିତ୍ୟ ଆବଶ୍ୟକୀୟ ନିତ୍ୟ କର୍ମ କରିବା ଅଭ୍ୟାସ ରହିଥାଏ। କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ କି ଏହି ପୋଲ ନିର୍ମାଣ କାର୍ଯ୍ୟ କରିବା ପାଇଁ ନଦୀରୁ ବାଲି ଉଠାଇବା ପରେ ଘାଟ ରାସ୍ତାକୁ ଖୋଳି ଦେଇଥିବା ରୁ ଆଉ ଭିତରକୁ ଯିବା ପାଇଁ ଅସୁବିଧା ହେଉଥିବା ପାନ ମୁଂଡଛେନା, ମାଳତୀ ମାଝୀ, ଲଷ୍ମୀ କୃଷିକା ପ୍ରମୁଖ କହିଛନ୍ତି। ଗ୍ରାମବାସୀ କହିଛନ୍ତି କି ପ୍ରସସସନ ତରଫରୁ ଏକ ଘାଟ ପାହାଚ ନିର୍ମାଣ କରିଥିଲେ ଲୋକମାନେ ଉପକୃତ ହୋଇ ପାରନ୍ତେ

related posts

Leave a Comment