Home Breaking News / ତାଜା ଖବର ରାୟଗଡା ପୌରପାଳିକାର ଅବହେଳା ଯୋଗୁଁ ମୌଳିକ ସୁବିଧାରୁ ବଞ୍ଚିତ ସହର ବାସୀ

ରାୟଗଡା ପୌରପାଳିକାର ଅବହେଳା ଯୋଗୁଁ ମୌଳିକ ସୁବିଧାରୁ ବଞ୍ଚିତ ସହର ବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ସ୍ୱାଧୀନତାର ପଚସ୍ତରୀ ବର୍ଷ ଦେଖିଥିଲେବି ପ୍ରଶାସନର ଅବହେଳା ଯୋଗୁଁ ମୌଳିକ ସମସ୍ୟାରେ ଛନ୍ଦି ହେଇଛନ୍ତି ସହର ବାସୀ। ଜିଲ୍ଲା ବିଭାଜନ ଆସି ଦଶକରେ ବଢିଥିବା ଜନ ସଂଖ୍ୟାକୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲା କୁ ଚାରୋଟି ଜିଲ୍ଲାରେ ବିଭାଜିତ ହେଇଥିଲା । ତାର କିଛି ଦିନ ପରେ ରାୟଗଡ ସହରକୁ ପୌରପାଳିକା ରେ ପରିଣତ କରାଯାଇଥିଲା। ପୌରପାଳିକା ଅର୍ଥ ଉନତ୍ତ ମାନର ଡ୍ରେନେଜ ବ୍ୟବସ୍ଥା, ସବୁ ସାହିକୁ ପକା ରାସ୍ତା, ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ, ଷ୍ଟ୍ରଟ ଲାଇଟ, ଉନତ୍ତ ମାନର ସ୍ୱାସ୍ଥ୍ୟ ଓ ଶିକ୍ଷା, ବର୍ଯ୍ୟ ସୁ ପରିଚାଳନା ଭଳି ଅନେକ ମୌଳିକ ସମସ୍ୟାର ସୁବିଧା ଯୋଗାଇ ଦେବା ପାଇଁ କରାଯାଏ। ଏପରିକି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ, ବ୍ୟାଙ୍କ ଓ ଅନ୍ୟାନ୍ୟ ଅତି ଜରୁରୀ ସୁବିଧା ଯୋଗାଇ ଦେବା କଥା। ସେ କଥାରେ ଅଛି ଖଜୁରୀ ଗଛର କି ଗୁଣ ଗାଇବି ସେ ତ ମୂଳରୁ ପାହାଚ ପାହାଚ ,ସେ କଥା ସର୍ବ ସମ୍ମୁଖରେ ରଖିବାକୁ ଚାହୁଁଛି ସଦର ମହକୁମାର ଡ୍ରେନେଜ ବ୍ୟବସ୍ଥା ଅତି ଦୟନୀୟ ଯାହା ପ୍ରତିବର୍ଷ ମରାମତି ନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ଦେଖାଉଛନ୍ତି ମାତ୍ର ସେ ଅବସ୍ଥାକୁ ସେ ଅବସ୍ଥା ଖାଲି ଠିକାଦାର ଓ ଅଧିକାରୀ ମାଲାମାଲ ରାଜ କୋଷ ଖାଲି, ସେହିଭଳି ପୁରୁଣା ପରିବା ମାର୍କେଟ ରେ ଏକ ସୁଚାଳୟ ଅଛି ତାହା ନକହିଲେ ଭଲ କାରଣ ବର୍ଷା ହେଲେ ଛାତରୁ ପାଣି ଗଲୁଛି ପାଇଖାନା ରେ ପାଣି ନାହିଁ ଦବାରେ ବୋହିକି ନେଲେ ହେବ, ତାହା ଏଭଳି ଅପରିଷ୍କାର ଅଛି କି ଦୁର୍ଘନ୍ଧରେ ନାକ ଫାଟି ପଡୁଛି ସେଠାରେ ରହିଥିବା ଲୋକ ମାନେ ଲୋକଙ୍କ ଠାରୁ ପଇସା ଆଦାୟ କରିବାରେ ବ୍ୟସ୍ତ ଏହାର ପୁନରୁଦ୍ଧାର କଥା କହିଲେ ଇଚ୍ଛା ଥିଲେ ଆସ ନଚେତ ଅସନୀ ବୋଲି ଧମକ ଦେଇଛନ୍ତି। ସେହିଭଳି ସ୍ୱାସ୍ଥ୍ୟ ବ୍ୟବସ୍ଥା କଣ କହିବି ବିଲ୍ଡିଂଗ ବଡ଼ ଅଛି କିନ୍ତୁ ଚିକିତ୍ସା ସୁନ ଅତି ଆଧୁନିକ ଯନ୍ତ୍ରପାତି ରହିଛି କିନ୍ତୁ ଜାଣକାର ନାହାନ୍ତି ତାକୁ ଚଳାଇବା ପାଇଁ ତେଣୁ ଉନତ୍ତ ଚିକିତ୍ସା ପାଇଁ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭର କରିବାକୁ ପଡୁଛି ବୋଲି କହିଛନ୍ତି। ସେହିଭଳି ନଗରର ସାଇପ୍ରିୟା ନଗର ର କଥା ନ କଗିବା ଭଲ ସେହି ଅଂଚଳରେ ପ୍ରାୟ ପନ୍ଦର ରୁ ଅଧିକ ସାହି ଅଛି, ଅଛି ନା ପକା ରାସ୍ତା, ଷ୍ଟ୍ରିଟ ଲାଇଟ, ସଠିକ ଭାବରେ ପାଣି ନାହିଁ ଏକ ପ୍ରକାର ଅଭିଶପ୍ତ ଜୀବନ ବିତାଉଛନ୍ତି ବୋଲି ସୁବାଷ ବେହେରା, ସରୋଜ କୁମାର ପାତ୍ର, ବିସମକଟକ ସମିତି ସଭ୍ୟ ନନ୍ଦ କିଶୋର ଚୌଧୁରୀ ପ୍ରମୁଖ କଗିଛନ୍ତି। ସେହିଭଳି କଲେଜ ରୋଡ଼ ତ ଅତି ଦୟନୀୟ ରହିଛି ଯାହା କି ମୁଖ୍ୟ ସଡକ ଠାରୁ ଆରମ୍ଭ କରି ସି ଆର ପି ଏଫ କ୍ୟାମ୍ପ ପର୍ଯ୍ୟନ୍ତ ଲମ୍ବିଛି ।ତେଣୁ ଏନେଇ କଂଗ୍ରଶ, ଭାଜପା, ଆମ ଆଦମୀ ପାର୍ଟି ଓ ଅଣ ରାଜନୈତିକ ସଂଗଠନ ହୁବ ବିକାଶ ପରିଷଦ ଅନେକ ବାର ଆନ୍ଦୋଳନ କରିଛି କିନ୍ତୁ ଏହାର ସୁଫଳ ମିଳିପାରିନି ଏହାର ପ୍ରତିଫଳନ ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳନ ହେବ ବୋଲି ଚେତାବନୀ ଦେଇଛନ୍ତି।

related posts

Leave a Comment