Home Breaking News / ତାଜା ଖବର ରାଜଧାନୀ ଦିଲ୍ଲୀରେ ବେକାବୁ ହେଉଛି ଡେଙ୍ଗୁ

ରାଜଧାନୀ ଦିଲ୍ଲୀରେ ବେକାବୁ ହେଉଛି ଡେଙ୍ଗୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଜଧାନୀ ଦିଲ୍ଲୀରେ ବେକାବୁ ହେଉଛି ଡେଙ୍ଗୁ । ଏସଡିଏମସିଙ୍କ ଦ୍ୱାରା ପ୍ରକାଶିତ ସପ୍ତାହିକ ରିପୋର୍ଟ ଅନୁସାରେ, ୩ଟି ନିଗମରେ ଡେଙ୍ଗୁ ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ୬କୁ ବୃଦ୍ଧି ପାଇଛି । ୧୫୩୭ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତେବେ ବେକାବୁ ସ୍ଥିତିକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଲର୍ଟ ହୋଇଛି ।

ଦିଲ୍ଲୀରେ ବୃଦ୍ଧି ପାଉଥିବା ଡେଙ୍ଗୁ ରୋଗ ଉପରେ ନଜର ରଖିବା ପାଇଁ ଏକ ବିଶେଷଜ୍ଞ ଟିମ୍ ଗଠନ କରାଯିବ । ସୋମାବାର ଦିଲ୍ଲୀରେ ଡେଙ୍ଗୁ ପରିସ୍ଥିତିର ସମୀକ୍ଷା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆ କେନ୍ଦର ଓ ରାଜ୍ୟ ମଧ୍ୟରେ ସକ୍ରିୟ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ତେବେ ଡେଙ୍ଗୁ ହଟସ୍ପଟ୍ ଚିହ୍ନଟ କରିବା ସହ ଠିକ ସମୟରେ ଚିକିତ୍ସା ଭଳି ଗ୍ରାଉଣ୍ଡ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି ।

related posts

Leave a Comment