Home Breaking News / ତାଜା ଖବର ଶିଶୁ ଦିବସ ଉପଲକ୍ଷେ ରାୟଗଡ ପରିବାର ଅଦାଲତ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ

ଶିଶୁ ଦିବସ ଉପଲକ୍ଷେ ରାୟଗଡ ପରିବାର ଅଦାଲତ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକ୍ରମେ ରାୟଗଡ ଉପଖଣ୍ଡ ଓ ଗ୍ରାମାଞ୍ଚଳର 8 ରୁ 14ବର୍ଷ ବୟସ୍କ ସମସ୍ତ ଚିତ୍ର ପ୍ରତିଯୋଗୀଙ୍କୁ ନେଇ ଆସନ୍ତା 14.11.2021 ତାରିଖ ସକାଳ 9 ଘଟିକରୁ 11ଘଟିକା ମଧ୍ୟରେ ଚିତ୍ରlଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଶ୍ରେଷ୍ଠ ବିବେଚିତ ତିନିଜଣଙ୍କ ଚିତ୍ରlଙ୍କନ ମାନ୍ୟବର ଉଚ୍ଚ ନ୍ୟାୟାଳୟକୁ ପଠାଯିବ ଏବଂ ସେହି ୩ଜଣଙ୍କୁ ରାୟଗଡ଼ରେ ପୁରସ୍କୃତ କରାଯିବ। ସେହି ତିନୋଟି ଚିତ୍ର ମଧ୍ୟରୁ ରାଜ୍ୟ ସ୍ତରରେ ମଧ୍ୟ ଚୟନ କରାଯିବ ଓ ଶ୍ରେଷ୍ଠ ଚିତ୍ର ଆସନ୍ତା ବର୍ଷ ପରିବାର ଅଦାଲତ କ୍ୟାଲେଣ୍ଡରରେ ସ୍ଥାନିତ କରାଯିବ । ରାୟଗଡ ର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ର ଜିସିଡି ଉଚ୍ଚ ବିଦ୍ୟାଳୟ, କଲ୍ୟାଣସିଂହପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, କାଶୀପୁର ସ୍ଥିତ ସହକାରୀ ଉଚ୍ଚ ବିଦ୍ୟାଳୟ, କୋଲନରl ସ୍ଥିତ ଜଗ ଦମ୍ବ। ଉଚ୍ଚ ବିଦ୍ୟାଳୟରେ ଆସନ୍ତା 14.11.2021ତାରିଖ ସକାଳ 9 ଘଟିକାରୁ 11ଘଟିକା ମଧ୍ୟରେ କୋଭିଡ ନିୟମ ପାଳନ ପୂର୍ବକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଚଳିତ ବର୍ଷର ପ୍ରତିଯୋଗିତାର ବିଷୟବସ୍ତୁ “ଶିଶୁ ପାଇଁ ପରିବାରର ମହତ୍ବ” significance of family for children ରହିବ । ଚିତ୍ରାଙ୍କନ, କାଗଜର ଏକ ଚଉଠ 16 X 14, 300 ଜିଏସଏମ ସହ ପାଣିରଙ୍ଗ, ସ୍କେଚ କଲମ, କ୍ରେୟନ ରଙ୍ଗ, ପେନସିଲ ରଙ୍ଗ, ଏକ୍ରିଲିକ ରଙ୍ଗ, ଚାରକୋଲ ରଙ୍ଗ, ସାଦl ପେନସିଲ ବ୍ୟବହାର କରିପାରିବେ । ଏବିଷୟରେ ଅଧିକ ବିବରଣୀ ଜାଣିବା ନିମନ୍ତେ ଶତ୍ରୁଘନ ମଲ୍ଲିକ 8917543908, ମନୋଜ କୁମାର ଗୌଡ଼ 993838245, ବଳଦେବ ନାୟକ 8249445078, ପରିବାର ଅଦାଲତ କାଉନସିଲର 7008801103 କିମ୍ବା ପରିବାର ଅଦାଲତର ଲ୍ୟାଣ୍ଡ ଫୋନ 06856 235544କୁ ଫୋନ କରି ବିସ୍ତୃତ ବିବରଣୀ ଜାଣି ପାରିବେ l

related posts

Leave a Comment