Home Breaking News / ତାଜା ଖବର ନଭେମ୍ବର ମଧ୍ୟଭାଗରେ ତିନି ଲଘୁଚାପ ଆଶଙ୍କା

ନଭେମ୍ବର ମଧ୍ୟଭାଗରେ ତିନି ଲଘୁଚାପ ଆଶଙ୍କା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ନଭେମ୍ବର ୧୫ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ତିନୋଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାଫଳରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ଭାରୀ ବର୍ଷା ହୋଇପାରେ। କେତେକ ମଡେଲ ଅନୁଯାୟୀ ଆଗାମୀ ଦୁଇ ସପ୍ତାହ ଯାଏଁ ଏହାର ପ୍ରଭାବ ରାଜ୍ୟରେ ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପଡ଼ିବାର ସମ୍ଭାବନା ରହିଛି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ।

ପଶୁପାଳକଙ୍କ ଅନୁଯାୟୀ, ଆଜି ସକାଳେ ଶ୍ରୀଲଙ୍କାର ନିକଟରେ ହୋଇଥିବା ଲଘୁଚାପର କିଛି ଅଂଶ ନଭେମ୍ବର ୧ ତାରିଖରେ ଦକ୍ଷିଣ ଆରବ ସାଗରରେ ପହଞ୍ଚି କ୍ରମଶଃ ଘନୀଭୂତ ହେବ । ଏହାର ଅନ୍ୟ ଗୋଟିଏ ଅଂଶ ଦ୍ବାରା ତାମିଲନାଡୁରୁ ଓଡ଼ିଶା ପର୍ଯ୍ୟନ୍ତ ପ୍ରଭାବ ପଡ଼ିବ। ଏହାର ପ୍ରଭାବ ନଭେମ୍ବର ୫ ଯାଏଁ ରହିପାରେ।

ସେହିପରି ନଭେମ୍ବର ୫ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଦ୍ୱିତୀୟ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ୧୧ ତାରିଖ ବେଳକୁ ଏହା ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ଥିବାବେଳେ ଏହାର ପ୍ରଭାବ ଓଡ଼ିଶା ଉପରେ ପ୍ରାୟ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଡ.ପଶୁପାଳକ ଆକଳନ କରିଛନ୍ତି ।

related posts

Leave a Comment