Home Breaking News / ତାଜା ଖବର ଟି ୨୦ ବିଶ୍ୱକପ, ସୁପରସଣ୍ଡେରେ ନ୍ୟୁଜିଲାଣ୍ଡ ସହ ଟକ୍କର, ଜାଣନ୍ତୁ କାହାକୁ ଦଳରୁ ବାଦ୍ ଦେବେ କୋହଲି

ଟି ୨୦ ବିଶ୍ୱକପ, ସୁପରସଣ୍ଡେରେ ନ୍ୟୁଜିଲାଣ୍ଡ ସହ ଟକ୍କର, ଜାଣନ୍ତୁ କାହାକୁ ଦଳରୁ ବାଦ୍ ଦେବେ କୋହଲି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରବିବାର ଟି ୨୦ ବିଶ୍ୱକପରେ ଭାରତ ଏହାର ଦ୍ୱିତୀୟ ମୁକାବିଲା ଖେଳିବ । ନ୍ୟୁଜିଲାଣ୍ଡ ସହିତ ମ୍ୟାଚ୍ ରହିଛି । ଟି ୨୦ ବିଶ୍ୱକପରେ ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ୧୦ ୱିକେଟରେ ପରାସ୍ତ ହୋଇଥିବା କୋହଲି ବ୍ରିଗେଡ , ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ନେଇ ଚାପରେ ରହିଛି । ପ୍ରଥମ ବିଜୟ ପାଇଁ ଦଳରେ କେଉଁ ଖେଳାଳିଙ୍କୁ ବଦଳାଇବେ , କ୍ୟାପଟେନ କୋହଲିଙ୍କ ଆଗରେ ତାହା ରହିଛି ଚ୍ୟାଲେଂଜ ।

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ବାଦ୍ ପଡିପାରନ୍ତି ୩ରୁ ୪ ଖେଳାଳି
-କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତି , ଭୁବନେଶ୍ୱର କୁମାର
-ଓପନିଂରୁ ବାଦ୍ ପଡିପାରନ୍ତି କେଏଲ ରାହୁଲ
-କେଏଲ ରାହୁଲଙ୍କ ସ୍ଥାନରେ ଓପନିଂ କରିପାରନ୍ତି ଇଶାନ କିଶନ
-ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେଇପାରନ୍ତି ବୋଲିଂ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର
-ବରୁଣ ଚକ୍ରବର୍ତି ଓ ଭୁବିଙ୍କ ସ୍ଥାନ ନେଇପାରନ୍ତି ଆର ଅଶ୍ୱିନ୍ ଓ ରାହୁଲ ଚହର

ଦଳର ବିଜୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରମ୍ପ କାର୍ଡ । ଏଥିରେ କିଛି ଅବିଶ୍ୱାସ ନାହିଁ । ହାର୍ଦ୍ଦିକ ପାଣ୍ଡ୍ୟା ଆହତ କାରଣରୁ ବୋଲିଂ ନକରିବା ତାଙ୍କର ଫିଟନେସ୍ ଉପରେ ସନ୍ଦେହ ସୃଷ୍ଟି କରିଛି । ଏମିତିରେ ବି ତାଙ୍କର ବ୍ୟାଟରୁ ବଡ ସ୍କୋର ବି ଆସୁନି । ଅଭ୍ୟାସ ସମୟରେ ହାର୍ଦିକ ପାଣ୍ଡ୍ୟା ବୋଲିଂ କରୁଥିବାର ଦେଖିବାକୁ ମିଳିଥିବାରୁ ଚୂଡାନ୍ତ ଦଳରୁ ଭୁବିଙ୍କ ସ୍ଥାନରେ ଶାର୍ଦୁଳ ଠାକୁର ଖେଳିବା ସଂଭାବନା ରହିଛି । ଇଶାନ କିଶନ ଖେଳିଲେ କେବଳ ବ୍ୟାଟସ୍ ମ୍ୟାନ ଭାବରେ ଖେଳିବେ । ତେଣୁ ତାଙ୍କର ବି ଖେଳିବା ଆଶା କମ୍ ରହିଛି । କାରଣ ପନ୍ତ ଓ କେ ଏଲ ରାହୁଲ ଦୁଇ ଜଣ ୱିକେଟ କିପର ଦଳରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଶକ୍ତ ଚୂଡାନ୍ତ ଦଳ ନେଇ କୋହଲି ପଡିଆକୁ ଓହ୍ଲାଇବା ଆଶା କରାଯାଉଛି ।

related posts

Leave a Comment