Home Breaking News / ତାଜା ଖବର ଜେଲରୁ ବାହାରିଲେ ମଧ୍ୟ ପୁରା ଆଜାଦ ନୁହଁନ୍ତି ଆର୍ଯ୍ୟନ ଖାନ୍‌, ଜାଣନ୍ତୁ କଣ ରହିଛି କଟକଣା?

ଜେଲରୁ ବାହାରିଲେ ମଧ୍ୟ ପୁରା ଆଜାଦ ନୁହଁନ୍ତି ଆର୍ଯ୍ୟନ ଖାନ୍‌, ଜାଣନ୍ତୁ କଣ ରହିଛି କଟକଣା?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

୨୮ ଦିନ ପରେ ଜେଲରୁ ବାହାରିଲେ ଆର୍ଯ୍ୟନ
ଜାମିନ୍ ମିଳିଲା, ହେଲେ ମୁକ୍ତ ନୁହଁନ୍ତି ଶାହାରୁଖଙ୍କ ପୁଅ
ସର୍ତ ଭାଂଗିଲେ ପୁଣି ଫେରିବେ ହାଜତକୁ

ମୁମ୍ୱାଇ କ୍ରୁଜ ଡ୍ରଗ୍ସ କାଣ୍ଡ ଘଟଣାରେ ଦୀର୍ଘ ୨୭ ଦିନ ପରେ ଜେଲରୁ ମୁକୁଳିଲେ ବଲିଉଡ ବାଦଶାହ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ହେଲେ ଆର୍ଥର ରୋଡ ଜେଲରୁ ଜାମିନରେ ବାହାରି ଥିଲେ ମଧ୍ୟ ଏବେ ସେ ପୁରା ମୁକ୍ତ ନୁହଁନ୍ତି । ଗତ ୭ ଅକ୍ଟୋବରରୁ ଜାମିନ ପାଇଁ କୋର୍ଟର ଚକର କାଟି କାଟି ଶେଷରେ ଅକ୍ଟୋବର ୨୮ ରେ ତାଙ୍କୁ ଜାମିନ୍ ମିଳିଥିଲା ବଂବେ ହାଇକୋର୍ଟରୁ । କିଛି ସର୍ତରେ କୋର୍ଟ ଜାମିନ୍ ଦେଇଛନ୍ତି । ଏହାର ଉଲଂଘନ କଲେ ପୁଣି ଆର୍ଯ୍ୟନ ଖାନଙ୍କୁ ଜେଲ ଯିବାକୁ ପଡିବ ।
ଆର୍ଯ୍ୟନଙ୍କ ପାଇଁ କଣ ରହିଛି କଟକଣା
-କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯାଇପାରିବେ ନାହିଁ
-ପାସପୋର୍ଟକୁ ସ୍ପେଶାଲ ଏନଡିପିଏସ କୋର୍ଟରେ ଦାଖଲ କରିବେô
-ଆର୍ଯ୍ୟନ ଖାନ ଏହି ପରି ଅପରାଧରେ ପୁଣି ସଂପୃକ୍ତ ହେବେନାହିଁ
-ତଦନ୍ତକାରୀ ଅଧିକାରୀଙ୍କୁ ନଜଣାଇ ମୁମ୍ୱାଇ ବାହାରକୁ ଯାଇପାରିବେ ନାହିଁ
-ଅନ୍ୟ ଅଭିଯୁକ୍ତଙ୍କ ସହିତ ସଂପର୍କ ରଖିପାରିବେ ନାହିଁ ଆର୍ଯ୍ୟନ ଖାନ
-ସୋସିଆଲ୍ ମିଡିଆ କିଂବା ମିଡିଆକୁ ପ୍ରତିକ୍ରିୟା ଦେଇପାରିବେ ନାହିଁ
-ପ୍ରତ୍ୟକ ଶୁକ୍ରବାର ଦିନ ୧୧ଟାରୁ ଅପରାହ୍ନ ୨ଟା ମଧ୍ୟରେ ଏନସିବି ଅଫିସରେ ହାଜର ହେବେ
-ପ୍ରତ୍ୟକ ଶୁଣାଣି ସମୟରେ କୋର୍ଟରେ ହାଜର ରହିବେ
-ସମନ ପାଇଲେ ଏନସିବି ଅଫିସରେ ହାଜର ହେବେ
-ମାମଲାକୁ କୌଣସି ପ୍ରକାରେ ବିଳମ୍ୱ କରିବାକୁ ଉଦ୍ୟମ କରିବେ ନାହିଁ
ବଂବେ ହାଇକୋର୍ଟ ଜାମିନ୍ ପ୍ରଦାନ କରିବା ସମୟରେ ଆର୍ଯ୍ୟନ ଖାନଙ୍କୁ ସୂଚିତ କରିଛନ୍ତି, କୌଣସି ପ୍ରକାର ଏହାର ଉଲଂଘନ ହେଲେ, ତାଙ୍କର ଜାମିନ୍ ରଦ୍ଦ ହେବ । ସେ ପୁଣି ଜେଲ ହାଜତକୁ ଫେରିବେ । ଏନସିବି ଏପରି ଘଟଣା ଜାଣିଲେ ଜାମିନ୍ ରଦ୍ଦ କରିବାକୁ ଏନଡିପିଏସ କୋର୍ଟରେ ଆବେଦନ କରିପାରିବ ।

related posts

Leave a Comment