Home Breaking News / ତାଜା ଖବର ବହୁଚର୍ଚ୍ଚିତ ମହାଲିଙ୍ଗ ମମତା ମେହେର ହତ୍ୟା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର

ବହୁଚର୍ଚ୍ଚିତ ମହାଲିଙ୍ଗ ମମତା ମେହେର ହତ୍ୟା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର : ବହୁଚର୍ଚ୍ଚିତ ମହାଲିଙ୍ଗ ମମତା ମେହେର ହତ୍ୟା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ମମିତାଙ୍କ ମୃତ୍ୟୁରେ ମୁଁ ଦୁଃଖିତ ଓ ମର୍ମାହତ ହୋଇଥିବା କହିଛନ୍ତି ମନ୍ତ୍ରୀ । ଆଇନ୍ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।ମୋର ଏହି ଅପରାଧ ସହ କୌଣସି ବି ସମ୍ପର୍କ ନାହିଁ ।

ଆପଣଙ୍କ ପାଖରେ କୌଣସି ପ୍ରମାଣ ଅଛି ତେବେ ଦିଅନ୍ତୁ ମୁଁ ପଦରୁ ଇସ୍ତଫା ଦେବି । ମମିତା ମେହେର ହତ୍ୟା ମାମତାରେ ମୁହଁ ଖୋଲି ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏଥିସହ ବିରୋଧୀ ରାଜନୈତିକ ଦଳ ସମେତ କିଛି ଗଣମାଧ୍ୟମଙ୍କୁ ଘଟଣାର ପ୍ରମାଣ ମାଗିଛନ୍ତି କହିଛନ୍ତି । ଯଦି ଏହି ଘଟଣାରେ ମୋ ବିରୁଦ୍ଧରେ କିଛି ପ୍ରମାଣ ଅଛି ତେବେ ଦୟାକରି ପୋଲିସ କିମ୍ବା କୋର୍ଟରେ ଦାଖଲ କରନ୍ତୁ ।

ମୁଁ କେବଳ ମୋ ପଦରୁ ଇସ୍ତଫା ଦେବିନି ,ସାଧାରଣ ଜୀବନରୁ ସନ୍ୟାସ ନେବି ବୋଲି ବିରୋଧୀ ରାଜନୈତିକ ଦଳ ଓ ଗଣମାଧ୍ୟମକୁ କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହାସହ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ରଖି ନିନ୍ଦା ଅଭିଯାନରେ ସାମିଲ ନହେବାକୁ ଅନୁରୋଧ କରିଛନ୍ତି । ମୁଁ ବିଧାୟକ ଭାବେ ଶିକ୍ଷାନୁଷ୍ଠାନକୁ ଯାଏ । ଅପରାଧ ଘଟିଲେ ମୁଁ କେମିତି ଦାୟୀ ବୋଲି ସେ କହିଛନ୍ତି ।

related posts

Leave a Comment