Home Breaking News / ତାଜା ଖବର ଆଜି ବି ଜେଲରୁ ବାହାରିଲେଣି ଆର୍ଯ୍ୟନ

ଆଜି ବି ଜେଲରୁ ବାହାରିଲେଣି ଆର୍ଯ୍ୟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମଉଳିଲା ମନ୍ନତର ଆଶା । ଆଜି ଜେଲରୁ ବାହାରିବେନି ଆର୍ଯ୍ୟନ ଖାନ୍ । ଜେଲରେ ପହଞ୍ଚି ପାରିଲାନି ବେଲ୍ ଅର୍ଡର । ନିୟମ ଅନୁସାରେ ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ଜେଲରେ ଅର୍ଡର ରିଲିଜ କପି ପହଞ୍ଚିବାର ଥିଲା । ମାତ୍ର ତାହା ସଠିକ ସମୟରେ ପହଞ୍ଚି ପାରିନଥିବାରୁ ଆସନ୍ତାକାଲି ଜେଲ୍‌ରୁ ବାହାରିବେ ଆର୍ଯ୍ୟନ ଖାନ୍ ।

ଆଜି ବମ୍ବେ ହାଇକୋର୍ଟ ଜାମିନ ସର୍ତ୍ତ ଆଧାରରେ ୧ ଲକ୍ଷ ଟଙ୍କାର ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି । ଏହାସହିତ ସର୍ତ୍ତ ରହିଛି ଯେ ଅନ୍ୟ ଅଭିଯୁକ୍ତଙ୍କ ସହ ଯୋଗାଯୋଗ ରଖିବେନି ଆର୍ଯ୍ୟନ ଖାନ୍ । ଜାମିନରେ ଥିବା ବେଳେ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିବେନି ଆର୍ଯ୍ୟନ । ପ୍ରତି ଶୁକ୍ରବାର ସକାଳ ୧୧ରୁ ୨ଟା ମଧ୍ୟରେ ମୁମ୍ବାଇ ଏନସିବି ଅଫିସରେ ହାଜର ହେବେ ।

ଆଗୁଆ ଅନୁମତି ନଦେଇ ଦେଶ ଛାଡିପାରିବେ ନାହିଁ । ସ୍ୱତନ୍ତ୍ର କୋର୍ଟରେ ପାସପୋର୍ଟ ଦାଖଲ କରିବେ । ସେହିପରି ମାମଲା ବିଷୟରେ ମିଡିଆ ଆଗରେ କୌଣସି ପ୍ରତିକ୍ରିୟା ରଖିବେ ନାହିଁ । ମୁମ୍ବାଇ ବାହାରକୁ ଗଲେ ତଦନ୍ତକାରୀ ଅଫିସରେ ଜଣାଇବା ସହ ଯାତ୍ରା ସମ୍ପର୍କରେ ତଥ୍ୟ ଦାଖଲ କରିବେ ।

related posts

Leave a Comment