Home Breaking News / ତାଜା ଖବର ଜିଲ୍ଲା ପରିଷଦ ସଭ୍ୟଙ୍କୁ ଗ୍ରାମ୍ୟ ନିର୍ମାଣ ବିଭାଗ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ଜିଲ୍ଲା ପରିଷଦ ସଭ୍ୟଙ୍କୁ ଗ୍ରାମ୍ୟ ନିର୍ମାଣ ବିଭାଗ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲ ବାଣୀ-୨୮/୧୦(ସୁନୀଲପଟନାୟକ): କନ୍ଧମାଳ ଜିଲ ରାଇକିଆ ଜିଲ୍ଲାପରିଷଦ ସଭ୍ୟ ମୃତ୍ୟୁଞୟପାତ୍ରଙ୍କୁ ଗ୍ରାମ ନିର୍ମାଣ ବିଭାଗ ଯନ୍ତ୍ରୀ କୁ ଆଡେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପରିଷଦ ସଭ୍ୟ ପାତ୍ର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଥାନାରେ ମଧ୍ୟ ଅଭିଯୋଗ କରିଥିବା କୁହାଯାଉଛି । ରାଇକିଆ ବ୍ଳକ ଅଞ୍ଚଳରେ ବିଭାଗ ପକ୍ଷରୁ କଣ ସବୁ କାମ ହେଉଛି ବାୟ ଅଟକଳ କଣ ରହିଛି। ରାଇକିଆ -ମାଣିକେଶ୍ଵର ମେଗା ରାସ୍ତା ପ୍ରକଳ୍ପ କାର୍ଯ୍ୟ ଓ ବିଭାଗରେ ହେଉଥିବା ଦୁର୍ନିତୀ ସଂପର୍କରେ ଅଭିଯୋଗ କରିବାରେ ଦାୟୀତ୍ଵରେ ଥିବା ଯନ୍ତ୍ରୀ ଜିଲ୍ଲାପରିଷଦ ସଭ୍ୟ ପାତ୍ରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅର୍ଭିଯୋଗ ହୋଇଛି । ତେବେଏନେଇ ସଂ ପୃକ୍ତ ଯନ୍ତ୍ରୀଙ୍କ ବିରୁଦ୍ଧରେ ଏ ଯାଏ କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନି ବୋଲି ପ୍ରଶ୍ନ କରିବୁ ଧବାର ଜିଲ୍ଲାପରିଷଦ ବୈଠକରେ ସଭ୍ୟ ପାତ୍ର ପ୍ରଶ୍ନ କରିବା ସହ ପାଟିତୁଣ୍ଡ କରିଥିଲେ । ତାଙ୍କୁ ଅନ୍ୟ ଜିଲା ପରିଷଦ ସଭ୍ୟମାନେ ମଧ୍ୟ ସମର୍ଥନ କରିଥିଲେ । ତେ6ବ ପ୍ରଶାସନିକ ଅଧିକାରୀମାନେ ବୁଝ । ସୁଝା କରିଥିଲେ। ଆଉ ନିର୍ବାହୀ ଯନ୍ତ୍ରୀ ଏନେଇ ତଦନ୍ତ କରି ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ରିପୋର୍ଟ ଆସିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ କହିଛି । ତେବେ ବିଭିନ୍ନ ସମୟରେ କ୍ଷୁଦ୍ର ଜଳସେଚନ ବିଭାଗ,ପୁର୍ତ୍ତ ବିଭାଗ, ଫୁଲବାଣୀ,ବାଲିଗୁଡ଼ା, ଓ ଅନ୍ୟାନ୍ୟ ଯନ୍ତ୍ରୀମାନେ , ଲୋକପ୍ରତିନିଧିମାନଙ୍କ ଫୋନ ଉଠାଉନଥିବା , ଅଣଦେଖା କରିବାଓ ଉନ୍ନୟନ୍ନ କାର୍ଯ୍ୟକ୍ରମ ସଂପର୍କରେ ଜଣା ଉନ ଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା । ଜିଲାପାଳ ସର୍ବଦା ଲୋକପ୍ରତିନିଧିମାନଙ୍କ ଫୋନ ଉଠାଇ ଅଭିଯୋଗ ଶୁଣୁଥିବାବେଳେ ଯନ୍ତ୍ରୀମାନେ ଫୋନ କାହିକି ଉଠାଉନାହିଁ।ନ୍ତି ବୋଲି ଲୋକ ପ୍ରତିନିଧିମାନେ ପ୍ରଶ୍ନ କରିବା ସହ ପ୍ରବଳ ପାଟି ତୁଣ୍ଡ କରିଥିଲେ ।ଜିଲ୍ଲାପାଳ ଏନେଇ ଅସନ୍ତୋଷ ପ୍ରକାଶ କରିବା ସହ ସମସ୍ତ ଅଧିକାରୀମାନଙୁ ଲୋକପ୍ରତିନିଧିମାନଙ୍କ ଫୋନ ଉଠାଇ ବା ସହ ସେମାନଙ୍କ ଅଭିଯୋଗ ଶୁଣିବା ଲାଗି ନିର୍ଦ୍ଦେଶ ଦେଇଥିଲା ।
ତେବେ ଯନ୍ତ୍ରୀ ଓ ଅଧିକାରୀମାନେ ଦୁର୍ନିତୀରେ ଲିପ୍ତ ଥିବା ଯୋଗୁଁ କୁଆଡେ ଫୋନ ଉଠାଇ ବା ଲାଗି କୁନ୍ଥୁ କୁନ୍ତୁ ହେଉ ଥିବା ଶୁଣିବାକୁ ମିଳୁଛି । ଜିଲ୍ଲାପାଳଙ୍କ ତାଗିଦ ପରେ ଏବେ ଯନ୍ତ୍ରୀମାନେ
ଫୌନଉଠାଉଛନ୍ତି ନା ନାହିଁ ତାହା ଦେଖିବାର କଥା।

related posts

Leave a Comment