Home Breaking News / ତାଜା ଖବର ଶହୀଦ ମୀନାର ଠାରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

ଶହୀଦ ମୀନାର ଠାରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାପଡାହାଣ୍ଡି, 28/10, —– ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଶହୀଦ ମିନାର ଠାରେ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟଳୟ ଜୟପୁର ଶାଖା ପକ୍ଷରୁ ପାଳିତ ହୋଇଛି ଆଜାଦୀ କା ଅମୃତ ମହୋତ୍ସବ। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ଏମପି ମୁନା ଖାନ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା , ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ, ଭାରତୀୟ ସୂଚନା ସେବାର ଅଧିକାରୀ , ସୁଶ୍ରୀ ନିକିତା ଯୋଶୀ, ସିନମ ଜୈନ ,ମନଦୀପ କୁମାର , ସନ୍ତୋଷ ଭି ସହ ପୂର୍ବତନ ବ୍ଲକ ଅଧକ୍ଷ ସୋମନାଥ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ଶହୀଦ ସ୍ମୃତି ସ୍ତମ୍ଭରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ ଶ୍ରଦ୍ଧା ସୁମନ ଅର୍ପଣ କରଯାଇଥିଲା। ସ୍ମୃତି ସୌଧ ଠାରେ ସ୍ଵାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଆଜାଦୀ କା ଅମୃତ ମହୋତ୍ସବର ଉଦ୍ଦେଶ୍ୟ ପାଳନ ସମ୍ପର୍କ ରେ ସୂଚନା ପ୍ରଦାନ କରାଯିବା ସହ ଭାରତ ଛାଡ ଆନ୍ଦୋଳନ ସମୟରେ 1942 ମସିହା ଅଗଷ୍ଟ 24 ତାରିଖ ପାପଡାହାଣ୍ଡିର ଟୁରୀ ନଦୀ ନିକଟରେ ପୋଲିସ ଗୁଳିରେ ଶହୀଦ ହୋଇଥିବା 19 ଜଣ ସ୍ଵାଧୀନତା ସଂଗ୍ରାମୀ ଙ୍କ ବଳିଦାନର ଗାଥା ଆଲୋଚନା କରାଯାଇଥିଲା। ଭାରତୀୟ ସ୍ଵାଧୀନତା ସଂଗ୍ରାମ ଇତିହାସ ରେ ଅନାଲୋଚିତ ହୋଇ ରହିଯାଇଥିବା ଅବିଭକ୍ତ କୋରାପୁଟ ଜିଲ୍ଲା ର ଅନେକ ସ୍ଵାଧୀନତା ସଂଗ୍ରାମୀ ଙ୍କ ସ୍ମୃତି ଚାରଣ କରାଯାଇଥିଲା।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଦେଶାତ୍ମକ ଭିତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଡିଆଇପିଆରଓ ହଳ ଧର ନିଆଲ ମଞ୍ଚ ପରିଚାଳନା କରିଥିଲେ |

related posts

Leave a Comment