Home Breaking News / ତାଜା ଖବର ପୁଣି ବଢିବ ସିଲିଣ୍ଡର ଦାମ

ପୁଣି ବଢିବ ସିଲିଣ୍ଡର ଦାମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଶର ତାଳ ଦେଇ ବଢ଼ି ଚାଲିଛି ତେଲ ସହ ସିଲିଣ୍ଡର ଦାମ । ପୁଣି ଖାଉଟିଙ୍କ ଉପରେ ପଡିଛି ମହଙ୍ଗା ମାଡ। ପେଟ୍ରୋଲ-ଡିଜେଲ, ପନିପରିବା ଦର ଦାମ ବୃଦ୍ଧି ମଧ୍ୟରେ ଏହି ମାସରେ ଲଗାତାର ଦ୍ବିତୀୟ ଥର ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି । ଆସନ୍ତା ସପ୍ତାହରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ସୂତ୍ରରୁ ପ୍ରକାଶ ଯେ ଏଲପିଜି କ୍ଷେତ୍ରରେ, କମ୍ପାନୀ ପ୍ରତି ସିଲିଣ୍ଡର ପିଛା ପ୍ରାୟ ୧୦୦ ଟଙ୍କାର କ୍ଷତି ସହୁଛି । ଏହି କାରଣରୁ ଏହାର ମୂଲ୍ୟ ବୃଦ୍ଧି ହୋଇପାରେ । ତେବେ ଏଲପିଜି ସିଲିଣ୍ଡରର ମୂଲ୍ୟ କେତେ ବୃଦ୍ଧି ପାଇବ, ତାହା ସରକାରଙ୍କ ଅନୁମତି ଉପରେ ନିର୍ଭର କରିବ।

ଆପଣଙ୍କୁ କହି ରଖୁଛୁ ଯେ, ଏହା ପୂର୍ବରୁ ଅକ୍ଟୋବର 6ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୫ ଟଙ୍କା ବୃଦ୍ଧି କରାଯାଇଥିଲା। ଚଳିତ ବର୍ଷ ଜୁଲାଇରୁ ଏବେ ମଧ୍ୟରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୦ ଟଙ୍କା ବୃଦ୍ଧି ପାଇସାରିଲାଣି ।

related posts

Leave a Comment