Home Breaking News / ତାଜା ଖବର ପଟ୍ଟା ଜମିରେ ଜବରଦସ୍ତ ବନ୍ଧ ହୁଡ଼ା ନିର୍ମାଣ ଅଭିଯୋଗ, କ୍ଷତି ପୂରଣ ଦାବି

ପଟ୍ଟା ଜମିରେ ଜବରଦସ୍ତ ବନ୍ଧ ହୁଡ଼ା ନିର୍ମାଣ ଅଭିଯୋଗ, କ୍ଷତି ପୂରଣ ଦାବି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ28/10(ସୁନୀଲ ପଟନାୟକ): ଫୁଲବାଣୀ ବ୍ଲକ ଅନ୍ତର୍ଗତ ରାମାଡି ଗ୍ରାମରେ ଲୋକଙ୍କର ପଟl ଜମିରେ ପ୍ରଶାସନ କୁଆଡେ ଜୋର ଜବରଦସ୍ତ ବନ୍ଧ ହୁଡ଼ା ନିର୍ମାଣ କରି ଥିବା ଅଭିଯୋଗ ହୋଇଛି. l ରାମା ଡ଼ି ଗ୍ରାମର ଅଭିମନ୍ୟୁ ନାଗ ସମେତ ଚାରି ଜଣକର ପଟା ଜମି ଉପରେ ବନ୍ଧ ହୁଡ଼ା ଚାଲି ଯାଇଛି. ଫଳରେ ଧାନ ବିଲ ଗୁଡିକ କ୍ଷତି ଗ୍ରସ୍ତ ହେଇଛି.l ରାମଡି ଗ୍ରାମରେ ମହାତ୍ମାଗାନ୍ଧୀଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପୁରୁଣା ବନ୍ଧ ରୁ ପଙ୍କ ଉଦ୍ଧାର ଓ ହୁଡ଼ା ନିର୍ମାଣ ପଂଚାୟତ ପକ୍ଷରୁ କରାଯାଇଥିଲା. l ନିର୍ମାଣ କାର୍ଯ୍ୟ ବେଳେ ସେଠାରେ ସରପଞ୍ଚ ବା କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ନଥିଲେ. ତହସିଲ କାର୍ଯ୍ୟାଳୟ ରୁ ଜମିର ସୀମା ନିର୍ଧାରଣ କରାଯାଇ ମଧ୍ୟ କରାଯାଇ ନାହିଁ.l. ବନ୍ଧ ରୁ ପଙ୍କ ମଧ୍ୟ ସମ୍ପୂର୍ଣ ଭାବରେ ବାହାର କରଯାଇ ନଥିବା ଅଭିଯୋଗ ହେଇଛି.l ଜମି ମାଲିକ ମାନେ ବାରମ୍ବାର ବିଡ଼ିଓ ଓ ସରପଞ୍ଚ ଙ୍କୁ ଏ ସମ୍ପର୍କ ରେ ଅଭିଯୋଗ କରିଥଲେ ମଧ୍ୟ ପ୍ରଶାସନ ନିରବ ରହିଛି.l ପ୍ରଶାସନ ସମସ୍ୟା ସମାଧାନ ନ କଲେ ଜମି ମାଲିକ ମାନେ ଆଇନ ର ଆଶ୍ରୟ ନେବେ ବୋଲି ପ୍ରକାଶ କରିଛନ୍ତିl
ଏଥି ପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ କ୍ଷତି ଗ୍ରସ୍ତ ଜମି ମାଲିକ ମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ରାଶି ଯୋଗାଇ ଦେବାକୁ ଦାବୀ ହେଉଛି l

related posts

Leave a Comment