Home Breaking News / ତାଜା ଖବର କନ୍ଧମାଳରେ ଆଦିବାସୀଙ୍କୁ ବଞ୍ଚିବାର ରାହା ଦେଖାଇଛି ଆଇଟିଡିଏ

କନ୍ଧମାଳରେ ଆଦିବାସୀଙ୍କୁ ବଞ୍ଚିବାର ରାହା ଦେଖାଇଛି ଆଇଟିଡିଏ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲ ବାଣୀ-୨୭/୧୦: ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ।। ଏହି ଜିଲ୍ଲା 6 ର ଶତକଡ଼ା୬୦ପ୍ରତିଶତ ଲୋକ ଆଦିବସୀ। ଏମାନେ ପ୍ରାୟତଃ ଦିନ ମଜୁରୀ କରି ନଚେତ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇଥାନ୍ତି । ଏହି ଆଦିବାସୀ ଲୋକମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରି ସ୍ଵାବଲମ୍ବୀ କରିଛି ଫୁଲବାଣୀ ଆଇଟିଡିଏ ବାସମନ୍ବୀତ ଆଦିବାସୀ ଉନ୍ନୟନ୍ନ ସଂସ୍ଥା ।
ଜୀବିକା ମିଶନ ଯୋଜନାରେ ଆଦିବାସୀଙ୍କୁ ବିଭିନ୍ନ ପ୍ରକାରର ଉନ୍ନତମାନର ବିହନ , ସାର, ଓ କୃଷି ଯନ୍ତ୍ରପାତୀ ଆଦି ମାଗଣାରେ ଦେଇ ଚାଷକାର୍ଯ୍ୟପାଇଁ ଉତ୍ସାହୀତ କରିଛି ଆଇଟିଡିଏ।ଏବେ ସେମାନେ ଚାଷ କରି ବେଶ ଦୁଇପଇସା ରୋଜଗାର କରିବା ସହ ବେଶ ଆରାମ ରେ ଚଳିପାରୁଛନ୍ତି । ନିଜ ପିଲାମାନଙ୍କୁ ଦିଅକ୍ଷର ପାଠ ବି ପଢ଼ାଉଛନ୍ତି ଫୁଲବାଣୀ, ଫିରିଙ୍ଗିଆ ଓଖଜୁରୀପଡ଼ା ଗ୍ରାମର ଆଦିବାସୀମାନେ।
କନ୍ଧମାଳ ଜିଲ୍ଲାର ଆଦିବାସୀମାନେ ସାଧାରଣତଃ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳନ୍ତି । ସେମାନଙ୍କର ନିଜ ନିଜର ଜମିଥିଲେ ମଧ୍ୟ ଚାଷ ନକରି ଜମିକୁ ପଡ଼ିଆ ପକାଇଥାନ୍ତି ସେମାନେ। ନହେଲେ ଦାବନ ଖଟିବା ଲାଗି ବାହାର ରାଜ୍ୟକୁ ଯାଇଥାନ୍ତି । କୋଭିଡ଼ ସମୟରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ଥିବା ଆଦିବାସୀମାନେ ନିଜ ଘରକୁ ଫେରିଆସି ବେକାର ବସିଥିଲେ । ଆଇଟିଡିଏ ଫୁଲବାଣୀ ସେମାନଙ୍କୁ ବୁଝାସୁଝା କରି ଚାଷ ପାଇଁ ଉତ୍ସାହିତ କରିଥିଲା। ଫଳରେ ପଡ଼ିଆ ପଡିଥିବା ଜମି ଗୁଡିକରେ ଲୋକେ ଚାଷ କାର୍ଯ ଆରମ୍ଭ କରିଥିଲେ । ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗର ହାତ ବଢ଼ାଇଥିଲା ଆଇଟିଡିଏ।
ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ ଙ୍କ ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ, ଆନ୍ତରୀକତା ଯୋଗୁ ଏ ସବୁ ସମ୍ଭବ ହୋଇପାରିଛି। ବର୍ତ୍ତମାନ ପଡିଆ ଭୁଇଁରେ ସୁନାଫିଳିଛି । ପଡ଼ିଆ ପଡ଼ିଥିବାକ୍ଷେତରେ ବାଇଗଣ, ଟମାଟ। ବିନ, ଝୁଡୁଙ୍ଗ । କଟକି ପୋଟଳ, ଭେଣ୍ଡି,କଲରା, ଲଙ୍କା, ଆଦି ଭଳିକି ଭଳି ପନି ପରିବାରେ ପୁରି ଉଠିଛି ।
ଏ ସବୁ କୁ ପାଖ ବଜାରରେ ବିକ୍ରିକରି ଏମାନେ ଭଲ ଦି ପଇସା ରୋଜଗାର କରି ଲାଭବାନ ହୋଇପାରିଥିବା କହିଛନ୍ତି ଚାଷୀ ନରେନ୍ଦ୍ର ମଲିକ ଓ ଲଳିତ । କହଁର। ସେମାନଙ୍କ ଜୀବନ ଓ ଜିବୀକ।ରେ ପରିବର୍ତନ ଆସିଛି ଆଉ ପ୍ରକଳ୍ପ ପ୍ରଶାସକଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି ସେମାନେ।
ସେମାନେ ଏବେ ଆଉ ଦାଦନ ଖଟିବାକୁ ନ ଯାଇ ଚାଷ କାମରେ ମନ ନିବେଷ କରିଛନ୍ତି । କନ୍ଧମାଳ ଜିଲ୍ଲାରେ ମୋଟ ଜମିରୁ ଶତକଡା ୭୦ ଭାଗ ଘଞ୍ଚଜଙ୍ଗଲ ଥିବା ବେଳେ ୩୦ ଭାଗଚାଷଜମିରହିଛି । ସେଥିରୁ ୨୦ ଭାଗ ଉଚ୍ଚା ଜମି ଥିବାବେଳେ ୧୦ ଭାଗ ଖାଲ ଜମି ରହିଛି ।
ତେବେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସଗ୍ରାମକୁ ଗ୍ରାମ ବୁଲି ସରକାରଙ୍କ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଇ ଚାଷ କାର୍ଯ୍ୟ ପ୍ରତି ଆକୃଷ୍ଟ କରାଇବା ଫଳରେ ଏବେ ପଡ଼ିଆ ପଡ଼ିଥିବା ଅନେକ ସ୍ଥାନରେ ଚାଷ ହୋଇପାରିଛି । ସେହିପରି ଚାଷୀମାନଙ୍କୁ ଏକ ଯୁଟ କରି କେଉଁ ସିଜନ ରେ କେଉଁ ଚାଷ ହେବ ସେ ନେଇ ତାଲିମ ମଧ୍ୟ ଦେଉଛି ଆଇଟିଡିଏ । ଫଳରେ ଆଗାମୀ ଦିନରେ ଅଧିକରୁ ଅଧିକ ଜମିରେ ଯେପରି ପନିପରିବା ଫଳ ଚାଷ ହୋଇପାରିବ ଓ ଆଦିବାସୀମାନେ ଯେପରି ସ୍ୱାବଲମ୍ବୀ ହେବା ସହ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିଯେପରି ହୋଇପାରିବ ସେଥିପ୍ରତି ବିଭାଗ ଉଦ୍ୟମ କରୁଥିବା କଥା ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ କହିଛନ୍ତି।

related posts

Leave a Comment