Home Breaking News / ତାଜା ଖବର “ଘାଗରମୁଣ୍ଡା ସେବାଶ୍ରମ ରେ ଛାତ୍ର ଛାତ୍ରୀ ତଥା ଅଭିଭାବକ ସମ୍ମିଳନୀ”

“ଘାଗରମୁଣ୍ଡା ସେବାଶ୍ରମ ରେ ଛାତ୍ର ଛାତ୍ରୀ ତଥା ଅଭିଭାବକ ସମ୍ମିଳନୀ”

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼:(ନବକିଶୋର ସାହୁ) କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଘାଗରାମୁଣ୍ଡା ଗ୍ରାମ ପଞ୍ଚାୟତ ର ଘାଗରାମୁଣ୍ଡା ସେବାଶ୍ରମ ସ୍କୁଲରେ ଛାତ୍ର ଛାତ୍ରୀ ତଥା ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ଏଥିରେ ମୂଖ୍ୟ ଅତିଥି ଭାବେ ପଂଚାୟତ ଉଚ୍ଚ ବିଦ୍ୟାଳୟ ଘାଗରାମୁଣ୍ଡା ର ପ୍ରଧାନ ଶିକ୍ଷକ ଶରତ କୁମାର ସାହୁ ଉପସ୍ଥିତ ଥିଲେ, ମୁଖ୍ୟ ବକ୍ତା ଭାବେ ସେବାଶ୍ରମ ପ୍ରଧାନ ଶିକ୍ଷକ ତୀର୍ଥବାସୀ ମହାନ୍ତି ସଭା କାର୍ଯ୍ୟ ଆରମ୍ଭ କରି ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରି ଥିଲେ !ସମ୍ମାନିତ ଅତିଥି ଭାବେ ସହକାରୀ ଶିକ୍ଷୟତ୍ରୀ-ପ୍ରିୟଙ୍କା ପ୍ରିୟଦର୍ଶନୀ ପାଣି, ସହକାରୀ ଶିକ୍ଷକ-ଦିନେଶ କୁମାର ନାୟକ, ଅଙ୍ଗନବାଡି କର୍ମୀ-ନିବେଦିତା ପ୍ରଧାନ, ଆଶା ଦିଦି-ପ୍ରିୟମ୍ବଦା ସାହୁ,ୱାର୍ଡ ସଭ୍ୟ-ପ୍ରସନ୍ନ ପଧାନ ଉପସ୍ଥିତ ଥିଲେ ! ଉକ୍ତ ସଭାରେ ବାର ଜଣିଆ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରାଯାଇଥିଲା ! ପରିଚାଳନା କମିଟି ସଦସ୍ୟ ମାନେ ହେଲେ ଶିବରାମ ସାହୁ,ଲିପି ପ୍ରଧାନ, ଅରୁଣ ସାହୁ,ନବକିଶୋର ସାହୁ,ସୁବାଷ ସାହୁ, ପିନୁ ସାହୁ,ମାମୀ ସାହୁ,ବିରଞ୍ଚି ବବଙ୍ଗା, ଶ୍ରୀମତୀ ପିଙ୍ଗୁଆ, ରୀନାରାଣୀ ସାହୁ,ପ୍ରଦୀପ ବେହେରା ଏବଂ ବାସନ୍ତୀ ସେଠୀ ମନୋନୀତ ହୋଇଥିଲେ ! ସର୍ବ ଶେଷରେ ପ୍ରଧାନ ସେବକ ନୂତନ ମନୋନୀତ ହୋଇଥିବା ପରିଚାଳନା ସଦସ୍ୟ /ସଦସ୍ୟା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଆଗାମୀ ଦିନରେ ସ୍କୁଲ ର ଉତ୍ତମ ଶିକ୍ଷ୍ୟା ବ୍ୟବସ୍ଥା,ବିଦ୍ୟାଳୟ ର ଉନ୍ନତି ମୂଳକ କାର୍ଯ୍ୟ ଏବଂହଷ୍ଟେଲ ରେ ରହୁଥିବା ଛାତ୍ରୀ ମାନଙ୍କ ପାଇଁ ସରକାର ଙ୍କ ପକ୍ଷରୁ କଣ କଣ ସୁବିଧା କରାଯାଇଅଛି ଏସବୁ ବିଷୟରେ ଅଭିଭାବକ ମାନଙ୍କ ସହିତ ଆଲୋଚନା କରି ସଚେତନତା ସୃଷ୍ଟି କରାଇଥିଲେ !

related posts

Leave a Comment