Home Breaking News ପୂଜା ପରେ ବଢୁଛି ସଂକ୍ରମଣ

ପୂଜା ପରେ ବଢୁଛି ସଂକ୍ରମଣ

by Times One Odia
Share with
     
 
 
   

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା କାୟା କମୁଛି । କିନ୍ତୁ ପଶ୍ଚିମବଙ୍ଗରେ ବଢୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ କିଛି ସପ୍ତାହ ହେବ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । ଏନେଇ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ପଶ୍ଚିମବଙ୍ଗରେ କେସ୍ ବଢୁଥିବାରୁ ଚିନ୍ତା ବଢ଼ିଛି ।

ଗତ ମାସେ ଭିତରେ ପଶ୍ଚିମବଙ୍ଗରୁ ଚିହ୍ନଟ ହୋଇଛନ୍ତି ୨୦ହଜାର ୯୩୬ ଆକ୍ରାନ୍ତ । ଯାହାକି ଦେଶର ସଂକ୍ରମିତଙ୍କ ସଂଖ୍ୟାର ୩.୪ ପ୍ରତିଶତ । ବିଶେଷ କରି କୋଲକାତାରୁ ଅଧିକ ପଜିଟିଭ୍ କେସ୍ ବାହାରୁଛି । ଅକ୍ଟୋବର ୧୪ରେ ସରିଥିବା ସପ୍ତାହରେ କୋଲକାତାରେ ଦୈନିକ ହାରାହାରି ସଂକ୍ରମିତଙ୍କ ସଂଖ୍ୟା ଥିଲା ୨୧୭ । ୨୧ ତାରିଖରେ ସରିଥିବା ସପ୍ତାହରେ ଏହି ସଂଖ୍ୟା ବଢ଼ି ୨୭୨ ହୋଇଛି ।

related posts

Leave a Comment