Home Breaking News / ତାଜା ଖବର ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବୀ କଲା ବିଜେପି

ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବୀ କଲା ବିଜେପି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୨୭/୧୦(ସୁନୀଲପଟନାୟକ): ବହୁ ଚର୍ଚିତ ମମିତା ମେହର ହତ୍ୟାକାଣ୍ଡ ମାମଲାର ପୋଲିସ ଜାଣି ଶୁଣି ଅଭିଯୁକ୍ତମାନଙ୍କୁ ଗିରଫ ନକରିଘଣ୍ଟ ଘୋଡାଉଥିବା ଓ ତଦନ୍ତ ନାମରେ ଦିନ ଗଡ଼ାଇବା ନେଇ କନ୍ଧମାଳ ବିଜେପି ଅଭିଯୋଗ କରି ଏହି ମାମଲା ସିବିଆଇ ଦ୍ୱାରା ତଦନ୍ତ କରିବାକୁ ଦାବୀ କରିଛି । ସିବିଆଇ ଦ୍ୱାରା ତଦନ୍ତ ହେଲେ ପ୍ରକୃତ ଦୋଷୀ ବନ୍ଧାହେବେ ଆଉ ମମିତାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି .. ଜିଲ୍ଲା ସଭାପତି ଜଗନାଥ ସାହୁ,ବରୀଷ୍ଠବିଜେପି ନେତା କମଳାକାନ୍ତ ପାଣ୍ଡେ, ଭଗବାନ ମହାନ୍ତି, ରମେଶ ମହାନ୍ତି ଦେବ ନାରାୟଣ ପ୍ରଧାନ, ପ୍ରମୁଖ କହିଛନ୍ତି । ସେହିପରି ହତ୍ୟାକାଣ୍ଡରେ ମନ୍ତ୍ରୀ ସଂପୃକ୍ତ ଥିବା ଅଭିଯୋଗ କରି ଗିରଫଦୀବୀ କରିଥିଲେ। ବୁଧବାର ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ଵରେ ଶତାଧିକ ନେତା ଓ କର୍ମୀ, ମହିଳା ମୋର୍ଚା କର୍ମୀ ରାଲିରେ ଆସି ଏସପି ଅଫିସ୍ ଆଗରେ ନାରାବାଜି ଦେଇ ଦୀର୍ଘ ସମୟଧରି ଘେରାଉ କରି ରଖିଥିଲେ।

related posts

Leave a Comment