Share with
ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢୁଛି ତୈଳ ଦର । ଏହାର ପ୍ରତିବାଦରେ ନଭେମ୍ବର ୧୬ରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିବ ଘରୋଇ ବସ୍ । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସାଧାରଣ ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଏକ ଜରୁରୀ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ସମସ୍ତ ଆଞ୍ଚଳିକ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସାମ୍ପ୍ରତିକ ମହାମାରୀ କରୋନା ବେଳେ ବସ୍ ବ୍ୟବସାୟର ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ଉପସ୍ଥାପନ କରାଯାଇଥିଲା ।
ଏହାସହ ପୂର୍ବରୁ ଦାବି କରାଯାଇଥିବା ଦାବି ପୂରଣ କ୍ଷେତ୍ରରେ ମନ୍ଥରତା ଯୋଗୁଁ ସଭାରେ ଉଦବେଗ ପ୍ରକାଶ ପାଇଥିଲା ।