Home Breaking News / ତାଜା ଖବର ଫେଲ୍ ମାରିଛି ସରକାରଙ୍କ ଯୋଜନା, କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା

ଫେଲ୍ ମାରିଛି ସରକାରଙ୍କ ଯୋଜନା, କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -25/10(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ନୂଆପଦର ପଞ୍ଚାୟତ ଅନ୍ତର୍ଗତ ସୁଲେପଡା,ରୁଗୁଡିସାଇ, ଗାଁ ଲୋକେ ପାନୀୟ ଜଳ ରୁ ବଂଚିତ ହୋଇଛନ୍ତି l ବସୁ ଧା ଯୋଜନା ଫେଲ ମାରିଛି ଏଠାରେ l
ଗ୍ରାମ ବାସି ଙ୍କୁ ସ୍ୱଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ବସୁଧା ଯୋଜନାରେପାନୀୟ ଜଳ ପ୍ରକଳ୍ପ ପାଇଁ ଅନୁଦାନ ମଧ୍ୟ ଦେଇଛନ୍ତି ହେଲେ ଏ ସବୁ ଯୋଜନା ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଫେଲ ମାରିଛିl ଗାଁ ରେ ଟେପ ଅଛି, ହେଲେ ପାଣି ଆସୁନି, ଫଳରେ ଗ୍ରାମବାସୀ ପାନୀୟ ଜଳ ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି l
ସରକାର ବାବୁମାନଙ୍କ ଦୁର୍ନୀତି ପୂର୍ଣ୍ଣ ମନୋଭାବ , ଅବହେଳା, ତଥା ଦାଇତ୍ୱ ହୀନତା ଯୋଗୁଁ ସଫଳ ହେଉନି ଯୋଜନା l
ଆରମ୍ଭରୁ ପ୍ରକଳ୍ପ ଠିକ ଭାବେ ନ ଚାଲି ଅଚଳ ହୋଇ ପଡିରହିଛି ଫଳରେ 150 ରୁ ଉର୍ଦ୍ଧ ଗ୍ରାମ ବାସୀ ପାନୀୟ ଜଳ ସମସ୍ୟା ଯୋଗୁଁ ଅଞ୍ଚଳ ବାସୀ ହନ୍ତସନ୍ତ ହେଉଛନ୍ତି ବସୁଧା ଯୋଜନାରେ ଖର୍ଚ୍ଚ ହୋଇ ସାରିଲାଣି ଲକ୍ଷ ଲକ୍ଷ ଟଙ୍କା ହେଲେ ଆଜି ପର୍ଯ୍ୟନ୍ତ ସୁବିଧା ରୁ ବଞ୍ଚିତ ହେଉଛନ୍ତି ସୁଲେପଡା,ଲତପଙ୍ଗିଆ, ରୁଗୁଡ଼ିସାଇ,ଲୋକେ l
ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ତିଆରି କରିବାର ତିନିବର୍ଷ ବିତିଯାଇଥିଲେ ସୁଧା ଗାଁ କୁ ପାଣିମାତ୍ର ଦୁଇ ତିନି ଦିନ ଆସି ବନ୍ଦ ରହିଥିବା ଗ୍ରାମ ର ଶତୃଘ୍ନନ ଦିଗାଲ, ସୁଶାନ୍ତ କହଁର, କୃଷ୍ଣ ଚନ୍ଦ୍ର ଦିଗାଲ, ରଘୁନାଥ ଦିଗାଲ,ତୋଫାନ ଦିଗାଲ, ଅଭିଯୋଗ କରିଛନ୍ତି l
ବାରମ୍ବାର ପାଣି ସମସ୍ୟା ନେଇ ଦାବି କରୁଥିଲେ ସୁଦ୍ଧା କୈାଣସି ସୁଫଳ ମିଳୁନ ଥିବାଗ୍ରାମ ବାସୀ କହି ଛନ୍ତିl ତେଣୁ, ପ୍ରସାସନ ଏଥିପ୍ରତି ଦୃଷ୍ଟି ଦେଇ ବସୁଧା ଯୋଜନା ରେ ପାଣି ଯୋଗାଇଦେବାନିମନ୍ତେ ଦାବୀ ହେଉଛି

related posts

Leave a Comment