ଫୁଲବାଣୀ-୨୫/୧୦(ସୁନୀଲ ପଟ୍ଟନାୟକ): ମହିଳାମାନେ ଏବେ ଆଉ ଘର କୋଣରେ ନ ରହି ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ଉଲରେ ଚଳାଇବା ଲାଗି ବାହାରକୁ ଆସିଲେଣି।କିଏ ଚାଷକଲାଣି ତ ଆଉ କିଏ ଗାଇ, ଛେଳି ପାଳନ କରୁଛି। କେହି କେହି ଦୋକାନ ବି କରୁଛନ୍ତି। ସେହିପରି କନ୍ଧମାଳ ଜିଲ ଦାରିଙ୍ଗବାଡିର ଛକରେ ଜଣେ ବିବାହୀ ତାମହିଳା ନିଜ ପରିଶ୍ରମରେ ନିଜର ଭାଗ୍ୟ ଓ ଭବିଷ୍ୟତ ଗଢି ପାରିଛନ୍ତି । ସେ ହେଉଛନ୍ତି ମହିଳା ଜୋତା ମରାମତି କ।ରି ଗର ସୁନି ମେହର ।
ସୁନୀଙ୍କ ବୟସ ୪୫ପାଖାପାଖି । ସେ ଦାରିଙ୍ଗବାଡିର ଚାରି ଛକ ରେ ଜୋତା ପଲିସ ମରାମତି ସହ ବ୍ୟାଗ ସିଲାଇ କରୁଛନ୍ତି ।ଆଉ ଦିନକୁ ୨ ଶହରୁ ୫ ଶହ ଟଙ୍କା ଯାଏ ରୋଜଗାର କରୁଛନ୍ତି । ସୁନୀ ଜିଲ୍ଲାର ପ୍ରଥମ ମହିଳା ଜୋତ । କାରିଗର । ବାପା ପଞ୍ଚୁବେହେରା ଦାରିଙ୍ଗବାଡି ପିଡ଼ବ୍ଲ୍କ୍କ୍କ୍ଡି ଛକରେ ପୂର୍ବରୁ ଏହି କାମ କରୁଥିଲେ । ସୁନୀ ବାପାଙ୍କ ପାଖରେ ବସି ସହଯୋଗ କରିବା ସହ ଏହି କାମ ଶିଖିଥିଲେ । ଆଉ ପରେ ସେଠାରେ ବିବାହ କରିଥିଲେ ମଧ୍ୟ ଏକାକୀ ହୋଇଯାଇଥିଲେ । ଫଳରେ ସେ ନି6ଜ ବଞ୍ଚିବା ସହ ପିଲାମାନଙ୍କୁ ମଣିଷ କରିବାପାଇଁ ଜୋତ ।ମରାମତି କାମ ଆରମ୍ଭ କରିଥିଲେ । ତେବେ କରେ। ନାକଟକଣା ସମୟରେ ତାଙ୍କ ବେପାରପୁରା ବନ୍ଦ ହୋଇଯାଇଥିଲା।ଚଳିବା ମୁସ୍କିଲ ହୋଇଗଲା । ତାଙ୍କୁସହଯୋଗ କରିବା ପାଇଁ ସମସ୍ତଙ୍କୁ ନେହୁରା ହୋଇଥିଲେ । ଏତିକିବେଳେ ଆକ୍ସନ ଏଡ଼ ନାମକ ଏକ ସ୍ଵେଛାସେବୀ ସଂଗଠନ ୧୫ ହଜାର ଟଙ୍କା ସହାୟତା ଯୋଗାଇ ଦେଇଥିଲା । ସେହି ଟଙ୍କାରେ ସେ ପୁଣିଥରେ ବ୍ୟବସାୟ ଆରମ୍ଭ କଲେ । ନୂଆ ଯୋତା ବିକିବା ସହ ପୁରୁଣା ଜୋତା ମରାମତି କରିବେଶ ଖୁସିରେ ପରିବାର ଚଳାଉଛନ୍ତି ।
ତେବେ ସୁନୀଙ୍କୁ କୌଣସି ସରକାରୀ ସହାୟତା ମିଳିନି l ମହିଳାମାନଙ୍କ ସ୍ଵାବଲମ୍ବୀ ପାଇଁ ସରକାରଙ୍କମିଶନ ଶକ୍ତି ବିଭାଗ ପକ୍ଷ୍ ରୁ ଚିହ୍ନଟ କରାଯାଇ ଆର୍ଥୀକ ସହାୟତା ଯୋଗାଇଦେଲେ ସୁନୀ ମେହର ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
ଜୋତା ମରାମତି କରି ସ୍ୱାବଲମ୍ବୀ ହେଲେ ମହିଳା
Share with
previous post