Home Breaking News / ତାଜା ଖବର ଭାରତରେ ଡେଲଟା ପ୍ଲସ୍ ଭୂତାଣୁ ଚି଼ହ୍ନଟ

ଭାରତରେ ଡେଲଟା ପ୍ଲସ୍ ଭୂତାଣୁ ଚି଼ହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ : ୟୁରୋପରେ ଦେଖାଯାଇଥିବା କରୋନାର ନୂଆ ପ୍ରଜାତି ଭୂତାଣୁ ଭାରତକୁ ବ୍ୟାପିଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି)ର ତଥ୍ୟ ଅନୁଯାୟୀ ମଧ୍ୟପ୍ରଦେଶ ଇନ୍ଦୋର​​‌ରେ‌ ୭ଜଣ ନୂଆ ପ୍ରକାରର ଡେଲଟା ପ୍ଲସ୍ ଭୂତାଣୁ ଏୱାଇ.୪.୨ ଦ୍ବାରା ସଂକ୍ରମିତ ହୋଇଛନ୍ତି।

ସେପ୍ଟେମ୍ବରରେ ଏନସିଡିସି ଦ୍ବାରା ସଂଗ୍ରହ କରାଯାଇଥିବା କରୋନା ସ୍ବାବ ନମୁନାରେ ଏହି ପ୍ରଜାତିର ଭୂତାଣୁ ରହିଥିବା କୁହାଯାଇଛି। ଇନ୍ଦୋର ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଏସ୍ ସେଟିୟାଙ୍କ କହିବା ଅନୁଯାୟୀ ମାହୋ କ୍ୟାଣ୍ଟନମେଣ୍ଟରେ କାର୍ଯ୍ୟରତ ସେନାର ଦୁଇଜଣ ଅଧିକାରୀ ମଧ୍ୟ ନୂଆ ପ୍ରଜାତି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି।

ଏହି ନୂଆ ପ୍ରଜାତିର ଭୂତାଣୁକୁ ନେଇ ସେପ୍ଟେମ୍ବରରେ ଇନ୍ଦୋର ସହରରେ ସଂକ୍ରମଣ ବୃଦ୍ଧି ପାଇଥିଲା। ଏପରିକି ଅଗଷ୍ଟ ତୁଳନାରେ ୬୪% ଅଧିକ ସଂକ୍ରମଣ ହୋଇଥିଲା। ଡାକ୍ତର ସେଟିୟା କହିଛନ୍ତି ଯେ ସେପ୍ଟେମ୍ବର ୨୩ରୁ ୨୫ ତାରିଖ ମଧ୍ୟରେ ୩୦ଜଣ ସେନା କର୍ମଚାରୀ କୋଭିଡ-୧୯ ସଂକ୍ରମିତ ହୋଇଥିଲେ। ସମସ୍ତେ ଦୁଇ ପାନ ଟିକା ନେଇ ସାରିଥିଲେ।

related posts

Leave a Comment