Home Breaking News ଆଜିଠୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ ଅଫଲାଇନ ପଠାପଢ଼ା

ଆଜିଠୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ ଅଫଲାଇନ ପଠାପଢ଼ା

by Times One Odia
Share with
     
 
 
   

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ ଅଫଲାଇନ ପଠାପଢ଼ା। ଏହି ପରିପ୍ରେକ୍ଷୀରେ ଦୀର୍ଘଦିନର ବ୍ୟବଧାନ ପରେ ସୋମବାର ଠାରୁ କ୍ଳାସ ରୁମରେ ପାଠ ପଢିବେ ଛାତ୍ରଛାତ୍ରୀ। ପ୍ରତ୍ୟେକ ଦିନ ସକାଳ ୯ରୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ପାଠପଢା ହେବ । ଏଥିନିମନ୍ତେ ଗାଇଡ଼ଲାଇନ ଜାରି ହୋଇଛି।

ଗାଇଡ଼ଲାଇନ ଅନୁସାରେ ଏଣିକି ଅଷ୍ଟମ ଶ୍ରେଣୀରେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କ୍ଲାସ୍ ଜାରି ରହିବ। ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିଭାବକଙ୍କ ପରାମର୍ଶରେ ଅଫଲାଇନ୍ କ୍ଲାସରେ ଯୋଗ ଦେବେ। ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯିବନି ମଧ୍ୟାହ୍ନ ଭୋଜନ। ଏହା ବଦଳରେ ସେମାନଙ୍କୁ ପୂର୍ବରୁ ଦିଆଯାଉଥିବା ଶୁଖିଲା ରାସନ ପ୍ରଦାନ କରାଯିବ।

କୋଭିଡ -୧୯ ପ୍ରୋଟୋକଲ ଏବଂ ସାମାଜିକ ଦୂରତା ନିୟମ ଅନୁସରଣ କରି ବିଦ୍ୟାଳୟଗୁଡ଼ିକ ପୁନଃ ଖୋଲିବା ଦିନଠାରୁ ଉପରୋକ୍ତ ଶ୍ରେଣୀଗୁଡ଼ିକ ପାଇଁ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲାଯିବ। ତଥାପି, ହଷ୍ଟେଲରେ ରହିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପିତାମାତାଙ୍କ ସମ୍ମତି ବାଧ୍ୟତାମୂଳକ ଅଟେ। ଅନ୍ୟପଟେ ପ୍ରଥମ ଦିନ ରେ ପାଠ ପଢା ହେବନାହିଁ।

related posts

Leave a Comment