Home Breaking News / ତାଜା ଖବର ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବାକୁ ଯାଉଛି ‘ଦାଦା ସାହେବ ଫାଲକେ’ ପୁରସ୍କାର

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବାକୁ ଯାଉଛି ‘ଦାଦା ସାହେବ ଫାଲକେ’ ପୁରସ୍କାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ବହୁତ ଭଲ ଖବର ରହିଛି। ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବାକୁ ଯାଉଛି ‘ଦାଦା ସାହେବ ଫାଲକେ’ ପୁରସ୍କାର। ଏନେଇ ରବିବାର ଚେନ୍ନାଇରେ ଥିବା ତାଙ୍କ ବାସଭବନ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ‘ମୁଁ ଏହି ସମ୍ମାନଜନକ ପୁରସ୍କାର ଜିତିବା ପାଇଁ କେବେ ଆଶା କରିନଥିଲି।

ଆହୁରି କହିଛନ୍ତି, ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମୁଁ ବହୁତ ଖୁସି। ଆସନ୍ତାକାଲି ୨୫ଅକ୍ଟୋବରରେ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ସୁରପଷ୍ଟାର ରଜନୀକାନ୍ତଙ୍କୁ ଏହି ପୁରସ୍କାର ଦିଆଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏପ୍ରିଲ ୨୦୨୧ରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କର ଘୋଷଣା କରିଥିଲେ, ସୁପରଷ୍ଟାର ରଜନୀକାନ୍ତଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଗତ ଚାରି ଦଶନ୍ଧି ଧରି ଭାରତୀୟ ସିନେମାରେ ଅବଦାନ ପାଇଁ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ମିଳିବାକୁ ଯାଉଛି। ମାତ୍ର କରୋନା ମହାମାରୀ ଯୋଗୁଁ ପୁରସ୍କାର ମିଳିବା ବିଳମ୍ବିତ ହୋଇଥିଲା।

related posts

Leave a Comment