Share with
ସାଧାରଣ ଜୀବନରେ ନିଆଁର ଏକ ବଡ ଆବଶ୍ୟକତା ରହିଛି । ଏହାର ଚାହିଦା ପୂରଣ କରିଆସୁଛି ଦିଆସିଲି । ଗ୍ୟାସ୍ ଲାଇଟର ଆସିବାର ବହୁବର୍ଷ ଆଗରୁ ଏହି ଦିଆସିଲି ଜରିଆରେ ସାରା ବିଶ୍ୱ ହାତ ପାଆନ୍ତାରେ ନିଆଁ ପାଇଥିଲା । ହେଲେ ଦିଆସିଲ୍ ବ୍ୟବହାରକାରୀଙ୍କ ପାଇଁ ଏକ କଷ୍ଟକର ଖବର ସାମ୍ନାକୁ ଆସିଛି । ଆଗକୁ ବଢିବ ଦିଆସିଲିର ଦାମ
- ଡିସେମ୍ୱର ୧ରୁ ଦେଶରେ ବଢିବ ଦିଆସିଲ ଦାମ
- ପ୍ରତି ଦିଆସିଲି ପାଇଁ ୧ ଟଙ୍କା ବଦଳରେ ଦେବାକୁ ପଡିବ ୨ ଟଙ୍କା
() ଦେଶରେ ଶେଷ ଥର ପାଇଁ ୨୦୦୭ ମସିହାରେ ବଢିଥିଲା ଦିଆସିଲିର ଦାମ । ସେତେବେଳେ ୫୦ ପଇସା ବଦଳରେ ଏହାର ମୂଲ୍ୟ ୧ ଟଙ୍କା କରାଯାଇଥିଲା । ବର୍ତମାନ ୧୪ ବର୍ଷ ପରେ ଏହାର ମୂଲ୍ୟ ବଢାଇବାକୁ , ଶିବକାସୀରେ ବସିଥିବା ସର୍ବଭାରତୀୟ ଛୋଟ ଦିଆସିଲି ପ୍ରସ୍ତୁତକର୍ତା ସଂଘ ସଚିବଙ୍କ ବୈଠକରେ ନିଷ୍ପତି ହୋଇଛି । ସଂଘ କହିବା କଥା ଦିଆସିଲି ତିଆରି ପାଇଁ ଆବଶ୍ୟକ ୧୪ଟି ଉପାଦନ । ୧୨ ପ୍ରତିଶତ ଜିଏସଟି ସହିତ ଏହାର ମୂଲ୍ୟ ବର୍ତମାନ ୬୦ ପ୍ରତିଶତ ବଢିଗଲାଣି ।
-ନାଲି ଫସଫରସ କେଜି ଦାମ ୪୨୫ରୁ ୮୧୦ ଟଙ୍କାକୁ ବଢିଲାଣି
-ମହମ କେଜି ଦାମ ୫୮ରୁ ୮୦ ଟଙ୍କାକୁ ବୃଦ୍ଧି
-ଦିଆସିଲି ବୋର୍ଡ ଦାମ ୩୨ରୁ ୫୮ ଟଙ୍କାକୁ ବୃଦ୍ଧି
-ପଟାସିୟମ,ଚାରକୋଲ, ସଲଫର ଦାମ ବି ବଢିଲାଣି
ଦିଆସିଲି ପ୍ରସ୍ତୁତି ଶିଳ୍ପ ସହିତ ତାମିଲନାଡୁରେ ୯୦ ପ୍ରତିଶତ ମହିଳା ଜଡିତ । ପ୍ରସ୍ତୁତି ଦାମ ବଢିବା କାରଣରୁ ଆସନ୍ତା ଡିସେମ୍ୱର ୧ ତାରିଖରୁ ପ୍ରତି ଦିଆସିଲି ବାକ୍ସ ପାଇଁ ଆପଣଙ୍କୁ ୧ ବଦଳରେ ୨ ଟଙ୍କା ଦେବାକୁ ପଡିବ ।