Home Breaking News / ତାଜା ଖବର ଜନଜାତି ଝଡ଼ିଆ ଓ ଦୋରା ସଂପ୍ରଦାୟ ଆଦିବାସୀ ମାନ୍ୟତା ପାଇବେ କେବେ

ଜନଜାତି ଝଡ଼ିଆ ଓ ଦୋରା ସଂପ୍ରଦାୟ ଆଦିବାସୀ ମାନ୍ୟତା ପାଇବେ କେବେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୩/୧୦-(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଅଟେ। ବହୁ ପ୍ରକାର ଆଦିବାସୀ ପ୍ରଜାତିର ଲୋକ ବସବାସ କରନ୍ତି। ତନ୍ମଧ୍ୟରୁ ଝଡ଼ିଆ ନାମକ ଆଦିବାସୀ ଓ ଦୋରା ଆଦିବାସୀ ଅଟନ୍ତି। ଏମାନେ ପ୍ରକୃତରେ ମୂଳ ନିବାସୀ ହିସାବରେ ଚାଲିଚରଣ ସମ୍ପୂର୍ଣ୍ଣ ଆଦିବାସୀ ଭଳିଆ ଅଟେ । ଅନୁଧ୍ୟାନ କରିବାରୁ ଜଣା ପଡିଲା କି ରାଜା ମହାରାଜାଙ୍କ ଅମଳରୁ ଜାତପୁ ଦୋରା ହିସାବରେ ଆଦିବାସୀ ମାନ୍ୟତା ପାଇ ଆସୁଥିବା ବେଳେ ଏଥିରୁ ବଂଚିତ କରିବା ଦ୍ୱାରା ଦୋରା ଓ ଝଡ଼ିଆ ମାନେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଛନ୍ତି। ସରକାରୀ ସଂରକ୍ଷିତ ସୁବିଧା ସୁଯୋଗ ପାଇ ପାରୁନାହାନ୍ତି ବୋଲି ତିର କଚିଆ, ଅଭି କାଲଟିଆ, ଭୀମ ରେଙ୍ଗିଆ, ପବିତ୍ର ଝଡ଼ିଆ ପ୍ରମୁଖ କହିଛନ୍ତି। ସେହିଭଳି ଦୋରା ସମ୍ପ୍ରଦାୟର ଏକ ସଙ୍ଘ ଗଠନ କରି ଏଥି ସକାଶେ ୨୦୧୩ ମସିହାରେ ଉଭୟ ସମ୍ପ୍ରଦାୟର ଲୋକମାନେ ଭୋଟ ବର୍ଜନ କରିଥିଲେ। ତେଣୁ କାଶୀପୁର ବ୍ଲକ୍ର ନିର୍ବାଚନ ପ୍ରଭାବିତ ହେଇଥିଲା। କିଛି ନେତା ଓ ଅଧିକାରୀ ମାନେ ପ୍ରତିଶୃତି ଦେଇଥିଲେକି ଆମେ ମାନ୍ୟତା ପ୍ରଦାନ କରିବା ପାଇଁ ସହାୟତା କରିବୁ ବୋଲି କିନ୍ତୁ ଆଜି ଯାଏ ସେ ସୁବିଧା ମିଳିଲା ନାହିଁ ବୋଲି କଣ୍ଟୁ ସାରାଂଗୁଳୁ, ଇରାନ କଣ୍ଟୁ, ଚକ୍ର ବଡ଼ିଗମ, ପ୍ରହ୍ଲାଦ ଦୋରା, ଗଙ୍ଗାଧର ମାଣ୍ଡଙ୍ଗି ପ୍ରମୁଖ କହିଛନ୍ତି। ଧୀରେ ଧୀରେ ଏହି ଦାବୀ ର ତାତି ବଢୁଛି ଏହା ଏକ ବଡ ଧରଣର କୁ ରାସ୍ତା ଦେଖାଇ ପାରେ। ପଞ୍ଚାୟତ ନିର୍ବାଚନକୁ ଦୁଷ୍ଟିରେ ରଖି ଏହି ଦାବୀ ର ଆନ୍ଦୋଳନ ଓ ରାସ୍ତାରୋକ କରିବାର ସହ ଭୋଟ ବର୍ଜନ କରାଯିବ ବୋଲି କାଶୀପୁର ଅଂଚଳର ଶିବ ଝଡ଼ିଆ, ବଳରାମ ତୁମକାଳିଆ, ମାଳତୀ କଚିଆ, ପ୍ରମୁଖ କଗିଛନ୍ତି। ପ୍ରକାଶ ଥାଉକି ଗତ ଦୁଇ ବର୍ଷ ତଳେ ଅର୍ଥାତ ବିଧାନସଭା ନିର୍ବାଚନ ସମୟରେ ଅବସର ପ୍ରାପ୍ତ ଶିକ୍ଷକ ତ୍ରିନାଥ କଣ୍ଟୁ ଓ ଏକ ପ୍ରତିନିଧି ଦଳ କେନ୍ଦ୍ର ଆଦିବାସୀ ଉନାୟନ ମନ୍ତ୍ରୀଙ୍କୁ ଭେଟି ଫେରାଦ ହେଇଥିକେ ସେଠାରୁ ନିର୍ଭର ପ୍ରତିଶୃତି ପାଇ ଆସିଥିଲେ ବୋଲି ଜଣାଇ ଥିଲେ। ଏନେଇ କାଶୀପୁର ବିଧାୟକ ମକରନ୍ଦ ମୁଦୁଲିଙ୍କ ସହ କଥା ବାର୍ତା ହେବାପାଇଁଚେଷ୍ଟା କରାଯାଇଛି କିନ୍ତୁ ସମ୍ଭବ ହେଇପାରିଲା ନାହିଁ। ତେଣୁ ଏମାନଙ୍କ ମାନ୍ୟତା ଦାବୀ କେବେ ପୁରାଣ ହେବ ତାହା ଏକ ପ୍ରଶ୍ନ ବାଚି ହୋଇ ରହିଲା। ସାଧାରଣ ଅବଗତି ନିମନ୍ତେ ପ୍ରକାଶ କରାଗଲା କି ଝଡ଼ିଆ ସମ୍ପଦୟାର ଜନ ସଂଖ୍ୟା ପ୍ରାୟ ୫୦ ହଜାରରୁ ଉର୍ଢ଼ ଥିବାବେଳେ ଦୋରା ସଂରଦୟାର ଜନସଂଖ୍ୟା ୬୦ ହଜାରରୁ ଉର୍ଢ଼ ହେବ।

related posts

Leave a Comment