Home Breaking News ଆପଣ ଅଣ୍ଡା ଖାଉଛନ୍ତି କି, ସାବଧାନ ହୋଇଯାଆନ୍ତୁ, ନହେଲେ ଡାକି ଆଣିବେ ରୋଗ

ଆପଣ ଅଣ୍ଡା ଖାଉଛନ୍ତି କି, ସାବଧାନ ହୋଇଯାଆନ୍ତୁ, ନହେଲେ ଡାକି ଆଣିବେ ରୋଗ

by Times One Odia
Share with
     
 
 
   

କଥାରେ ଅଛି ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଏକ ଉପାଦେୟ ଖାଦ୍ୟ । ସପ୍ତାହର ସବୁଦିନ ସହଜରେ ଏହାକୁ ସମସ୍ତେ ଖାଇପାରିବେ । ପିଲାଠାରୁ ବୁଢା ଯାଏଁ ସମସ୍ତେ ଏହାକୁ ମଧ୍ୟ ଖାଇବାକୁ ଆଗ୍ରହ ଦେଖାଇ ଥାନ୍ତି । ତେବେ ଆପଣ ଅଣ୍ଡା ଖାଇବା ଆଗରୁ ଏଥର ସତର୍କ ହେବାକୁ ପଡିବ ।
ଆମେରିକାର କୃଷି ବିଭାଗର ଏକ ସର୍ଭେ ରିପୋର୍ଟ ଆସିଛି । ଏଥିରେ ବ୍ୟାକ୍ଟେରିଆ ଯୁକ୍ତ ଅଣ୍ଡାର ଚିହ୍ନଟ କରାଯାଇଛି । ଯାହାକୁ ଆପଣ ଖାଇବା ମାତ୍ରେ ଭୟଙ୍କର ରୋଗର ଶିକରା ହୋଇଯିବେ । ଅଣ୍ଡାକୁ ଖାଇବା ଆଗରୁ ସାଧାରଣତଃ ଭାଙ୍ଗି ଦିଆଯାଇଥାଏ । ଅଣ୍ଡାଭିତରେ ରହିଥାଏ ଦୁଇଟି ଅଂଶ, ଗୋଟିଏ ଧଳା ଓ ଅନ୍ୟଟି ଦଳଦିଆ ରଂଗର କେଶର । ଯଦି ଅଣ୍ଡା ଭାଙ୍ଗିବା ସମୟରେ ଧଳା ଅଂଶରେ ଆପଣଙ୍କୁ ସାମାନ୍ୟ ରଙ୍ଗ ବଦଳିବା ପରେ ଦେଖାଯାଏ, ଏହାକୁ ଖାଅନ୍ତୁ ନାହିଁ । ଧଳା ଅଂଶରେ ସାମାନ୍ୟ ହଳଦିଆ ରଙ୍ଗର ଛୋଟିଆ ଛୋଟିଆ ଗୋଲେଇ ରିଙ୍ଗ ଦେଖିବାକୁ ମିଳେ, ଏହାକୁ ତୁରନ୍ତ ଫିଙ୍ଗି ଦିଅନ୍ତୁ । ଏହାକୁ ଖାଇବା ମାତ୍ରେ ଏହା ଫୁଡ ପଏଜନିଂ କରିବା ସଂଭାବନା ୯୯ ପ୍ରତିଶତ ରହିଛି । ଅଣ୍ଡା ଭିତରେ ଧଳା ଅଂଶରେ ଏହି ବ୍ୟାକ୍ଟେରିଆକୁ ସ୍ୟୁଡୋମୋନାସ ବୋଲି କୁହାଯାଇଥାଏ । ମଣିଷ ଶରୀର ପାଇଁ ଏହା ଅତ ିକ୍ଷତିକାରକ ।

related posts

Leave a Comment