Home Breaking News / ତାଜା ଖବର ମୟୂରଭଞ୍ଜରେ ଉଦଘାଟିତ ହେଲା ଚିନ୍ମୟ ଫାଉଣ୍ଡେସନର ମୁକ୍ତାକାଶ ଜାତୀୟ ଗ୍ରାମୀଣ ସାଂସ୍କୃତିକ ମହୋତ୍ସବ ଓ ସଂସ୍କୃତି ହାଟ

ମୟୂରଭଞ୍ଜରେ ଉଦଘାଟିତ ହେଲା ଚିନ୍ମୟ ଫାଉଣ୍ଡେସନର ମୁକ୍ତାକାଶ ଜାତୀୟ ଗ୍ରାମୀଣ ସାଂସ୍କୃତିକ ମହୋତ୍ସବ ଓ ସଂସ୍କୃତି ହାଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣଲାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମୟୁରଭଞ୍ଜ ଶାଖା ମାଧ୍ୟମରେ ସ୍ଥାନୀୟ ବାଲିଆ ଢ଼ିପା ଓ ଘାଟ କୁଆଁରୀଠାରେ ମୁକ୍ତାକାଶ ଜାତୀୟ ଗ୍ରାମୀଣ ସାଂସ୍କୃତିକ ମହୋତ୍ସବ ଓ ସଂସ୍କୃତି ହାଟ ଇତିମଧ୍ୟରେ ଉଦଘାଟିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଅଞ୍ଚଳର ସଂସ୍କୃତି ଓ ସଭ୍ୟତାର ବିକାଶ ସହ ଏହାକୁ ଦେଶ ବିଦେଶରେ ପରିଚିତ କରାଇ ପାରିବେ ଏବଂ ଉକ୍ତ ମହୋତ୍ସବ ମାଧ୍ୟମରେ ଗାଁ ଗହଳିରେ ରହିଥିବା ଲୁକ୍କାୟିତ ପ୍ରତିଭା ମାନଙ୍କୁ ଆମେ ଖୋଜିକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସେମାନଙ୍କୁ ଆନ୍ତର୍ଜାତିକ ସ୍ତରରେ ପରିଚୟଟିଏ ପ୍ରଦାନ କରିପାରିବା ବୋଲି ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଥିଲେ। ଏଥିରେ ମୟୂରଭଞ୍ଜ ଜିଲ୍ଲା ସଂଯୋଜିକା ଶ୍ରୀମତୀ ସୀତାମଣି ଦାସ,ବିକ୍ରମ ହାଁସଡାଃ, ସୂଚୀସ୍ମିତା ଦାସ ,ସଚିନ କୁମାର ଦାସ,ଶ୍ୱେତାସ୍ମିତା ଆଦି ପରିଚାଳନା କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ବାଲିଆଢିପା, ଘାଟକୁଆଁରୀ ଆଦି ଅଞ୍ଚଳର ଶହ ଶହ ଆଦିବାସୀ ମାନେ ନିଜର ପାରମ୍ପାରିକ କଳା ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି।

related posts

Leave a Comment