Home Breaking News / ତାଜା ଖବର ଅର୍ଥ ଅଭାବରୁ ଚିକିତ୍ସିତ ହେଇପାରୁନି ସିକକା ମାନ୍ଦି

ଅର୍ଥ ଅଭାବରୁ ଚିକିତ୍ସିତ ହେଇପାରୁନି ସିକକା ମାନ୍ଦି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୩/୧୦-(ଧନେଶ୍ବର ରାଉତ)- ଆର୍ଥିକ ଅନଟନ ଯୋଗୁଁ ଚିକିତ୍ସା ରେ ବାଧକ ସାଜିଛି। ଆଖି ଥାଇ ସୁଦ୍ଧା ଏକ ଆଖି ରେ କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି। ଏହିଭଳି ଦୁଃଖଦ ଜୀବନ ଜୀଉଛନ୍ତି ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକର ପାରସାଲି ପଞ୍ଚାୟତର ଦାମଗଡା ଗ୍ରାମର ସିକକା ମାନ୍ଦି । ସେ ଜଣେ ଆଦିବାସୀ ଡଙ୍ଗରିଆ ପରିବାରର ଅଟନ୍ତି। ତେଣୁ ଆର୍ଥିକ ଅନଟନ ଲାଗିରହିଛି। ଜୀବିକା ମାନେ ଚାଷ ଜମି ନାହିଁ ଡଙ୍ଗର ପୋଡ଼ୁ ଚାଷ ଏକ ମାତ୍ର ସହାରା। ସିକକା ଙ୍କ କହିବା କଥା ହେଲା ସେ ପୂର୍ବରୁ ଏପରି ଅବସ୍ଥାରେ ନଥିଲେ ଦୁଇଟି ଯାକ ଆଖି ଭଲ ଭାବରେ ଦେଖା ଯାଉଥିଲା। ଦିନେ ଏକ ଛୋଟ ବ୍ରଣ ବାହାରିଲା ତାହା ଧୀରେ ଧୀରେ ବଢ଼ିଲା ତାହା ଆଖି ଉପରକୁ ବଢି ଆସିଲା ସେଥି ପାଇଁ କେତେଥର ମେଡ଼ିକାଲ ଯାଇଥିଲି କିନ୍ତୁ ଭଲ ହେଲାନି ତାହା କମିବା ପରିବର୍ତ୍ତେ ବଢି ସମ୍ପୂର୍ଣ୍ଣ ବନ୍ଦ ହେଇ ଗଲା। ତାଙ୍କର ପରିବାର ଅଛନ୍ତି ଗୋଟିଏ ପୁଅ ଦୁଇଟି ଝିଅ ସହ ଧର୍ମ ପତ୍ନୀ ଅଛନ୍ତି ଆଗରୁ ଭଲ ଦେଖା ଯାଉଥିଲା ବେଳେ ବେଶି କାମ କରି ପାରୁଥିଲି କିନ୍ତୁ ଏବେ ପିଲାଙ୍କ ଭବିଷ୍ୟତ ଅନ୍ଧକାର ହେବାକୁ ଯାଉଛି। ତେଣୁ ସରକାର ତରଫରୁ ସାହାଯ୍ୟ ଯୋଗାଇଦେଲେ ଅସ୍ତ୍ରୋପଚାର କରି ସୁରୁଖୁରୁରେ ଜୀବନ କଟିପରନ୍ତି ବୋଲି ସିକକା କହିଛନ୍ତି।

related posts

Leave a Comment