Home Breaking News / ତାଜା ଖବର ଆମେରିକାର ସଂକ୍ରମଣାତ୍ମକ ରୋଗ ବ୍ୟାପିବାରେ ଲାଗିଛି

ଆମେରିକାର ସଂକ୍ରମଣାତ୍ମକ ରୋଗ ବ୍ୟାପିବାରେ ଲାଗିଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆମେରିକାର ସଂକ୍ରମଣାତ୍ମକ ରୋଗ ବ୍ୟାପିବାର ଲାଗିଛି । ପ୍ରାୟ ୩୭ ରାଜ୍ୟରେ ଶହ ଶହ ଲୋକ ସଂକ୍ରମିତ ହୋଇଛନ୍ତି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଲାଲ, ହଳଦିଆ ଓ ଧଲା ପିଆଜ ନଥାଇବାକୁ ପ୍ରଶାସନ ଜନତାଙ୍କୁ ଚେତାବନୀ ଦେଇଛି । ଯଦି ଘରେ ଷ୍ଟକ ଅଛି ତେବେ ତୁରନ୍ତ ଏହାକୁ ଫୋପାଡି ଦିଅନ୍ତୁ ।

ଏହି ସଂକ୍ରମଣ ରୋଗ ହେଲା ସାଲ୍ମୋନେଲା । ଆଉ ଏହି ରୋଗର ଲକ୍ଷଣ ହେଉଛି ଜ୍ୱର, ଝାଡା ଓ ପେଟରେ ଯନ୍ତ୍ରଣା ହେବା । ଏହା ଖରାପ ଖାଦ୍ୟ ଖାଇବାର ୬ ଘଣ୍ଟାରୁ ୬ ଦିନ ପରେ ଆରମ୍ଭ ହୋଇଥାଏ ।

ତେବେ ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର କହିଛି ଯେ ସଂକ୍ରମଣର ଏକ ସୋର୍ସ ମେକ୍ସିକୋର ଚିହୁଆହୁଆରୁ ଆମଦାନୀ ହୋଇଥିବା ପିଆଜରୁ ମିଳିଛି । ଏହାକୁ ପ୍ରୋ-ସୋର୍ସ ଇଙ୍କ ଦ୍ୱାରା ବଣ୍ଟା ଯାଇଥିଲା । ରିପୋର୍ଟ ଅନୁସାରେ, ଏବେ ସୁଦ୍ଧା ଖରାପ ପିଆଜ ଖାଇ ବିଭିନ୍ନ ରାଜ୍ୟରେ ୬୫୨ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨୯ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏଯାଏ କାହାର ମୃତ୍ୟୁ ହୋଇନାହିଁ ।

related posts

Leave a Comment