ରାୟଗଡ-୨୨/୧୦ -(ଧନେଶ୍ବର ରାଉତ)-କଳାହାଣ୍ଡି ଜିଲ୍ଲାର ମହଲିଙ୍ଗୀର ବିଦ୍ୟାଳୟର ଶିକ୍ଷୟିତ୍ରୀ ମମିତା ଙ୍କ ନିଖୋଜ ଓ ପରେ ହତ୍ୟାକାଣ୍ଡ ର ମାଷ୍ଟର ମାଇଣ୍ଡ ଗୋବିନ୍ଦ ର ରହସ୍ୟମୟ ଗିରଫ ପରେ ଅତି ସମ୍ବେଦନ ଶୀଳ ହେଇ ଚାଲିଛି ପ୍ରସଙ୍ଗ। ଏଥିରେ ଶାସକ ଦଳର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ କରି ରାଜ୍ୟ ସାରା ବିକ୍ଷୋଭ ଜାରି ରହିଥିବା ବେଳେ ଶାସକ ଦଳ ଘଣ୍ଟ ଘୋଡାଉ ଥିବା ବିରୋଧୀ କଂଗ୍ରେସ, ଭାଜପା ଅଭିଯୋଗ କରି ଆସୁଛି। ଏହି ଘଟଣାକୁ ବେବିନା, କୁନ୍ଦୁଲି ପିଡିତା, ପିହୁ ଭଳି ବହୁ ଚର୍ଚ୍ଚିତ ଦୁଷ୍କର୍ମ ଘଟଣା ଭଳି ଦବାଇ ନ ଦେଇ ନ୍ୟାୟ ମିଳିବା ରେ ସରକାର ତତ୍ପର ଦେଖାନ୍ତୁ ଓ ମନ୍ତ୍ରୀଙ୍କୁ ବହିଷ୍କାର ଏବଂ ଗିରଫ କରି ତଦନ୍ତ କରାଯାଉ ବୋଲି ସମସ୍ତେ ଦାବୀ କରିଛନ୍ତି। ତେଣୁ ଆଜି ରାୟଗଡ ନଗର ଭାଜପା ତରଫରୁ ନଗର ସଭାପତି ଶ୍ୟାମ ଦାସଙ୍କ ନେତୃତ୍ୱରେ ମନ୍ତ୍ରୀଙ୍କ ବିରୁଦ୍ଧରେ ଏକ ଏତଲା ରାୟଗଡ ସଦର ଥାନାରେ ରୁଜୁ କରାଯାଇଛି। ଏପର୍ଯ୍ୟନ୍ତ କୋୖଣସି ଆଖି ଦୃଶିଆ ପଦକ୍ଷେପ ନିଆଯିବା ଭଳି ରାଜ୍ୟ ର ପ୍ରଶାସନ ନେଲାଭଳି ଦେଖ ଯାଉ ନ ଥିବାରୁ ଭାଜପା କ୍ଷୋଭ ପ୍ରକାଶ କରିଛି ମହିଳାଙ୍କ ସୁରକ୍ଷା ପାଇଁ ଭାଜପା ସବୁ ବେଳେ ତତ୍ପର ବୋଲି କହିଛନ୍ତି। ମନ୍ତ୍ରୀଙ୍କ ଜାଣତରେ ତାଙ୍କ ପରିବାରକୁ ଗୋବିନ୍ଦ ଜରିଆରେ ବଳ ପୂର୍ବକ ଦେହ ବ୍ୟବସାୟରେ ଲଗାଯାଉଥିଲା ,ଏହି ନାରକୀୟ କାଣ୍ଡରେ ବ୍ୟବହୃତ ଷ୍ଟାଡିୟମକୁ ପୋଲିସ ସିଲ କରି ତଦନ୍ତ ଚଳାଇବା ଏକ ବାହାନା ହେଇପାରେ ବୋଲି ଅଭିଯୋଗ କରିଛନ୍ତି। ଅତି ଶୀଘ୍ର ଦୋଷୀଙ୍କ ଫିରଫ କରି ମମିତାଙ୍କୁ ନ୍ୟାୟ ଦେବା, ମନ୍ତ୍ରୀଙ୍କୁ ଓ ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇ ନ୍ୟାୟ ପ୍ରଦାନ କରୁବାକୁ ଦାବୀ ହେଇଛି। ଏହି ଏତେଲା ଦେବା ସମୟରେ ନଗରର ସମ୍ପାଦକ ଅଜୁ ଚୁଲେଟ, ମଞ୍ଜୁଳା ମିନିୟକା,ବିଧାୟକ ପାର୍ଥି ବସନ୍ତ ଉଲକା ଓ ଅନେକ କର୍ମୀ ମାନେ ଉପସ୍ଥିତ ଥିଲେ।
ଶିକ୍ଷୟିତ୍ରୀ ମମିତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାରେ ରାୟଗଡ ଭାଜପାର ଏତଲା
Share with
previous post