ପାଟଣାଗଡ଼(ପାଟଣାଗଡ): ସନସାଇଁନ ସ୍କୁଲର ଅଧ୍ୟକ୍ଷ। ମମିତା ମେହେରଙ୍କୁ ପ୍ରଥମେ ଅପହରଣ ଓ ପରେ ସ୍କୁଲର ମାଲିକ ଗୋବିନ୍ଦ ସାହୁ ହତ୍ୟା କରି ପୋଡି ମାରିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ମମିତାର ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଓ ପିଡିତା ପରିବାରଙ୍କୁ 2 କୋଟି ଟଙ୍କା କ୍ଷତିପୂରଣ ଦେବା ପାଇଁ ଆଜି ପାଟଣାଗଡ଼ ଉପଖଣ୍ଡ ର ଭୁଲିଆ ସମାଜ ତରଫରୁ ସ୍ତାନୀୟ ଭୁଲିଆ ଧର୍ମଶାଳା ରୁ ଏକ ବିରାଟ ଶୋଭାଯାତ୍ରାରେ ଶହ ଶହ ମହିଳା ଓ ପୁରୁଷ ହାତରେ ବିଭିନ୍ନ ପ୍ରକାର ସ୍ଲୋଗାନ ସହ ପ୍ଲାକାର୍ଡ ଧରି ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଏହି ସମୟରେ ସେଠାରେ କେହି ନ ଥିବାରୁ ଆନ୍ଦୋଳନ କାରୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଁ ଅଫିସ ଭିତରକୁ ଧସେଇ ପଶି ଯାଉଥିବା ସମୟରେ ପୋଲିସ ଓ ଆନ୍ଦୋଳନ କାରୀଙ୍କ ମଧ୍ୟରେ କିଛି ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ ହୋଇଥିଲା।ପରେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁ ଆସିବାରୁ ଶାନ୍ତ ପଡ଼ିଥିଲା। ପରେ ଭୁଲିଆ ସମାଜ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ 3 ଦଫା ଦାବି ପତ୍ର ଉପଜିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରିଥିଲେ।
ମମିତା ମେହେରଙ୍କ ହତ୍ୟାକାଣ୍ଡ ର ନିରପେକ୍ଷ ତଦନ୍ତ ପାଇଁ ପାଟଣାଗଡ଼ ଭୁଲିଆ ସମାଜର ଉପଜିଲ୍ଲାପାଳ ଅଫିସ ଘେରାଉ
Share with
previous post